ବିପର୍ଯ୍ୟସ୍ତ ବିଜୁଳିକୁ ସଜାଡିବା ପାଇଁ ବିଦ୍ୟୁତ କଣ୍ଟ୍ରାକ୍ଟରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଲା ନୋଟିସ ! ୧୦ ତାରିଖ ସୁଦ୍ଧା ସରକାରଙ୍କୁ ରିପୋର୍ଟ କରିବା ପାଇଁ ଦିଆଗଲା ନିର୍ଦ୍ଦେଶ

Advertisment
‘ଫୋନି’ରେ କ୍ଷୟକ୍ଷତି ନେଇ ଏସଆରସି ଦେଲେ ପ୍ରାଥମିକ ରିପୋର୍ଟ । ଏବେସୁଦ୍ଧା ପ୍ରାଣ ହରାଇଛନ୍ତି ୩୫ ଜଣ , ପ୍ରଭାବିତ ହୋଇଛନ୍ତି ୧୪ ଜିଲ୍ଲାର ୧ କୋଟି ୪୦ ଲକ୍ଷ ୬୦ ହଜାରରୁ ଅଧିକ ଲୋକ । 
କନକ ବ୍ୟୁରୋ : ବାତ୍ୟା ଫନି ପରେ ବିଦ୍ୟୁତ୍ ଭିତିଭୁମିର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଲାଇସେନ୍ସପ୍ରାପ୍ତ ଏଚଟି ବିଦ୍ୟୁତ୍ କଂଟ୍ରାକ୍ଟର ମାନଙ୍କୁ ନୋଟିସ୍ କରାଯାଇଛି । ଆସନ୍ତା ୧୦ ତାରିଖ ସକାଳ ୧୦ଟା ସୁଦ୍ଧା ପ୍ରମୁଖ ବିଦ୍ୟୁତ୍ ଯନ୍ତ୍ରୀ , ଭୁବନେଶ୍ୱରଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
publive-imageସେମାନେ ତାଙ୍କ ଅଧିନସ୍ତ ସମସ୍ତ କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ ଶ୍ରମିକ ତଥା ସୁପରଭାଇଜର ଏବଂ ଯନ୍ତ୍ରପାତି ସହିତ ପୁନରୁଦ୍ଧାର କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ କରିବାରେ ବିଫଳ ହେଲେ ସେମାନଙ୍କ କଂଟ୍ରାକ୍ଟର ଲାଇସେନ୍ସ  ଇଏଲବିଓ ନିୟମର ଧାରା ଅନୁସାରେ ରଦ୍ଧ ହୋଇଗଲା ବୋଲି ବିବେଚନା କରାଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି । 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe