ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ । ଜୟଦେବ ସମ୍ମାନ ପାଇବେ ବିଜୟ ମିଶ୍ର, ଶ୍ରେଷ୍ଠ ଚଳଚ୍ଚିତ୍ର ଭିଜା ମାଟିର ସ୍ୱର୍ଗ ।

511

କନକ ବ୍ୟୁରୋ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା ହୋଇଛି । ଏଥର ବାଜି ମାରିଛି ସିନେମା ଭିଜା ମାଟିର ସ୍ୱର୍ଗ ଓ ଫେରିଆ କମବ୍ୟାକ୍ । ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ହାତେଇଛି ଭିଜା ମାଟିର ସ୍ୱର୍ଗ । ସେପଟେ ଓଡିଆ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ଜୟଦେବ ସମ୍ମାନ ପାଇବେ ବିଜୟ ମିଶ୍ର ।

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ରେ ଏଥର ବାଜି ମାରିଛି ସିନେମା ଭିଜା ମାଟିର ସ୍ୱର୍ଗ   ଏବଂ ଫେରିଆ କମବ୍ୟାକ୍ । ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଫୋଟଗ୍ରାଫର, ଶ୍ରେ୍ଷ୍ଠ ସ୍କ୍ରିନ୍ ପ୍ଲେ ଏବଂ ଶ୍ରେଷ୍ଠ ଡାଏଲଗ୍ ପୁରସ୍କାର ହାତେଇଛି ଭିଜା ମାଟିର ସ୍ୱର୍ଗ । ଏହି ଚଳଚ୍ଚିତ୍ରରେ ଦକ୍ଷ ଅଭିନୟ ପାଇଁ ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା, ଶ୍ରେ୍ଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇବେ ଅକ୍ଷୟ କୁମାର ପରିଜା ।

ସିନେମା ଚାମ୍ପିଆନରେ ଦମଦାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି ଅର୍ଚ୍ଚିତା । ସେହିପରି ଓଲେ ଓଲେ ଦିଲ ବୋଲେ ଫିଲ୍ମ ପାଇଁ ଶ୍ରେଷ୍ଠ କାହାଣୀ ନିରଂଜନ ରେଡି, ଚଳଚ୍ଚିତ୍ର ଫେରିଆ କମବ୍ୟାକରେ ମନଛୁଆଁ ଗୀତ ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଏବଂ କରୁଣା କର ପାଇବେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର । ଶ୍ରାବଣ ଅଛି ବରଷା ନାହିଁ ଓ ସାଥୀ ତୁ ଫେରିଆ ପାଇଁ ଅନ୍ତରା ଚକ୍ରବର୍ତୀଙ୍କୁ ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ମିଳିବ ।

ଓଡିଆ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନ ପାଇବେ ବିଜୟ ମିଶ୍ର । ରାଜ୍ୟ ଚଳଚିତ୍ର ପୁରସ୍କାର ସହ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି । ରହିଛି ରହିବି ତୋରି ପାଇଁ ଶ୍ରେଷ୍ଠ ସିରିଏଲ ଏବଂ ଏହି ସିରିଏଲ ପାଇଁ ହରିଶ ମହାନ୍ତି ପାଇବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ।