କନକ ବ୍ୟୁରୋ : ରାଜ୍ୟରେ ସଦୃଢ ହେବ ବେସାମରିକ ବିମାନ ଚଳାଚଳ ବ୍ୟବସ୍ଥା । ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହି କ୍ଷେତ୍ରରେ ଥିବା ସମ୍ଭାବନାର ଉନ୍ମୋଚନ ତଥା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି,୨୦୨୨’ ନାମକ ଏକ ଉଚ୍ଚଭିଳାଷୀ ନୀତିର ଶୁଭାରମ୍ଭ କରିଛନ୍ତି । ପୁରୀଠାରେ ଏକ ନୂତନ ବିମାନବନ୍ଦର ନିର୍ମାଣ, କୋରାପୁଟ ସ୍ଥିତ ଜୟପୁର ବିମାନବନ୍ଦର, କଳାହାଣ୍ଡିର ଉତ୍କେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡା, ମାଲକାନାଗରିର ଏୟାରଷ୍ଟ୍ରିପର ମାରାପତି ଓ ସଂପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମର ବ୍ୟୟବରାଦରେ ପରିବହନ ବିଭାଗ ପାଇଁ ୨ ହଜାର ୯ଶହ ୯୮ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଯାହା କି, ୨୦୨୩-୨୪ ବଜେଟ୍ ତୁଳନାରେ ୧୫୨ ପ୍ରତିଶତ ଅଧିକ ।