ରାଜ୍ୟ ବଜେଟରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଗୁରୁତ୍ୱ । ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କଲେ ରାଜ୍ୟ ସରକାର

253

କନକ ବ୍ୟୁରୋ : ଓଡିଶା ବିଧାନସଭାରେ ଆଜି ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ ହୋଇଛି । ଏହି କ୍ରମରେ ରାଜ୍ୟ ସରକାର ରାଜ୍ୟରେ ନିର୍ମାଣ ହେବାକୁ ଥିବା ମେଟ୍ରୋଟ୍ରେନ୍ ପ୍ରୋଜେକ୍ଟ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ରଳ ଦିବସ ଅବସରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଭୂବନେଶ୍ୱର ପାଇଁ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ୨୦୨୪ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମେଟ୍ରୋ ପ୍ରକଳ୍ପ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ବ୍ୟତୀତ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର ବିକାଶ ନିମନ୍ତେ ୭ ଶହ କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ରହିଛି ।