ଜୁନ ୧୮ରୁ ହୋଇପାରେ ବିଧାନସଭା ଅଧିବେଶନ। ଜୁଲାଇ ୩୧ରେ ବ୍ୟୟ ମଞ୍ଜୁରି ବିଲ, ପାରିତ ହେବ ୨୦୧୯-୨୦ ଆର୍ଥିକ ବର୍ଷ ପୂର୍ଣ୍ଣାଙ୍ଗ ବଜେଟ

Advertisment
ବିଧାନସଭା ଅଧିବେଶନ ପାଇଁ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ । କରୋନା କଟକଣା ଭିତରେ ଗୃହ ଚାଲିବା ନେଇ ଆଲୋଚନା : ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ରହିବ କି ନାହିଁ ହେବ ନିଷ୍ପତି

କନକ ବ୍ୟୁରୋ: ଆସନ୍ତା ଜୁନ୍ ୧୮ ତାରିଖରୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଡକାଯିବା ସମ୍ଭାବନା ରହିଛି। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ପୂର୍ବରୁ ଜୁନ ୧୧ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ କରିବାକୁ ବିଧାନସଭା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ରଜ ଛୁଟି ପଡ଼ୁଥିବାରୁ ସେ ତାରିଖରେ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ବର୍ଷ ଥିବାରୁ ରାଜ୍ୟ ସରକାର ଗତ ଫେବ୍ରୁଆରିରେ ୪ ମାସ ପାଇଁ କାମଚଳା ବଜେଟ ବିଧାନସଭାରେ ପାରିତ କରିଥିଲେ।

ଏବେ ନୂଆ ସରକାର ଗଠନ ପରେ ବିଧାନସଭାର ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପାରିତ କରାଯିବ।ମିଳିଥିବା ଖବର ଅନୁଯାୟୀ, ଜୁନ ୧୮ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି। ଜୁଲାଇ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ ପାରିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe