ଏସଆରସି କହିଲେ ୨୬ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରୁ ସୁନ୍ଦରବନ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା : ପ୍ରସ୍ତୁତି ଜୋରଦାର କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

447

କନକ ବ୍ୟୁରୋ : ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ୨୬ ତାରିଖରେ ବାତ୍ୟା ଉତ୍ତର ଉପକୂଳ ଓଡିଶାରୁ ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବାଂଲାଦେଶ ମଧ୍ୟରେ କୌଣସି ଏକ ସ୍ଥାନରେ ସ୍ଥଳଭାଗକୁ ଛୁଇଁପାରେ । ଏହାକୁ ଆଖିରେ ରଖି ସମସ୍ତ ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶନ ବାହୀନିକୁ ପଠାଯାଇଛି । ଗ୍ରାମପଂଚାୟତଗୁଡିକୁ ସାମିଲ କରି ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା କରାଯିବ ଏବଂ ଲୋକ ଯେଭଳି କଚ୍ଚା ଘରେ ନରହିବେ ସେଥିଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଯୋରଦାର ପ୍ରସ୍ତୁତି କରୁଛନ୍ତି । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତା’ହା ଏଯାଏଁ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଓଡିଶାର ଉପକୂଳବର୍ତୀ ଅଂଚଳ ପ୍ରଭାବିତ ହେବା ଆଶଙ୍କାରେ ପୁରା ପ୍ରସ୍ତୁତି କରାଯାଉଛି । ପ୍ରଭାବତ ଅଂଚଳରେ ଉଦ୍ଧାର କାମ କରିବା ପାଇଁ ଅଗ୍ନିଶମ ବିଭାଗ ଭଳି ଓଡ୍ରାଫ ଟିମ୍ ମଧ୍ୟ ଆଗୁଆ ପ୍ରସ୍ତୁତି କରୁଥିବା ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ରାଜ୍ୟରେ ଥିବା ଓଡ୍ରାଫର ୨୦ଟି ୟୁନିଟ ପୁରା ପ୍ରସ୍ତୁତ ଥିବା ବେଳେ ଉପକରଣ ସବୁ ପ୍ରସ୍ତୁତ ରଖାଯାଇଛି ।