କନକ ବ୍ୟୁରୋ : ପଟିଆଲା ଜାତୀୟ ଚାମ୍ପିଅନସିପରେ ଅମିୟଙ୍କ ସଫଳତା । ନାସନାଲ ଚାମ୍ପିଅନସିପରେ ଓଡିଆ ପୁଅ ଅମିୟ ମଲିକଙ୍କୁ ମିଳିଛି ବ୍ରୋଂଜ ମେଡାଲ । ୧୦୦ ମିଟର ଦୌଡ ଇଭେଂଟରେ ତୃତୀୟ ସ୍ଥାନରେ ରହି ଅମିୟ ଏହି ବ୍ରୋଂଜ ଜିଣିଛନ୍ତି । ଅମିୟ ୧୦୦ ମିଟର ଦୌଡକୁ ଶେଷ କରିବାକୁ ୧୦.୪୯ ସେକେଣ୍ଡ ନେଇଥିଲେ ।
ଅମିୟ ତାଙ୍କର ପୁରୁଣା ରେକର୍ଡ ଭାଙ୍ଗିବାର ସୁଯୋଗ ହାତଛଡା କରିଛନ୍ତି । ତେବେ ଅନ୍ୟତମ ଓଡିଆ ମହିଳା ଆଥଲେଟ୍ ଦୂତୀ ଚାନ୍ଦ ନିରାଶ କରିଛନ୍ତି । ମହିଳା ୧୦୦ ମିଟର ଦୌଡରେ ଦୂତୀ ଚାନ୍ଦ ଚତୁର୍ଥ ସ୍ଥାନରେ ରହିଥିଲେ । ଧନଲକ୍ଷ୍ମୀ ୧୦୦ ମିଟରକୁ ୧୧.୫୨ ସେକେଣ୍ଡରେ ଶେଷ କରି ତୃତୀୟ ସ୍ଥାନ ଦଖଲ କରିଛନ୍ତି । ଦୂତୀ ୧୧.୬୨ ସେକେଣ୍ଡ ସହ ଚତୁର୍ଥ ସ୍ଥାନରେ ରହିଥିଲେ ।