ନିଜ ଗାଁରେ ମନ୍ତ୍ରୀ ହଟହଟା : ତୁଷାରକାନ୍ତି ବେହେରାଙ୍କୁ ଦୁଇ ଘଂଟା ଅଟକ ରଖିଲେ ଗ୍ରାମବାସୀ; ପୋଲିସ ପହଞ୍ଚି ମନ୍ତ୍ରୀଙ୍କୁ କଲା ଉଦ୍ଧାର

Advertisment
ନିଜ ଗାଁରେ ମନ୍ତ୍ରୀ ହଟହଟା : ତୁଷାରକାନ୍ତି ବେହେରାଙ୍କୁ ଦୁଇ ଘଂଟା ଅଟକ ରଖିଲେ ଗ୍ରାମବାସୀ; ପୋଲିସ ପହଞ୍ଚି ମନ୍ତ୍ରୀଙ୍କୁ କଲା ଉଦ୍ଧାର

କନକ ବ୍ୟୁରୋ : ନିଜ ଗାଁରେ ହଟହଟା ହେଲେ ମନ୍ତ୍ରୀ । ଦୁଇ ଘଂଟା ଅଟକ ରଖିଲେ ଗ୍ରାମବାସୀ । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଘେରିଲେ ଗାଁ ଲୋକେ । ପରିସ୍ଥିତି ଏପରି ହେଲା ଯେ ପୋଲିସ ପହଂଚି ମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲା । ଗତକାଲି ରାତିରେ ମନ୍ତ୍ରୀ ପ୍ରଚାର ପାଇଁ ଅସ୍ତରଙ୍ଗ ନଗର ପଂଚାୟତକୁ ଯାଇଥିଲେ ।

ମନ୍ତ୍ରୀ ପ୍ରଚାର ପାଇଁ ଜଣଙ୍କ ଘରକୁ ଯାଇଥିବା ବେଳେ ଗାଁର ଶତାଧିକ ମହିଳା ଓ ପୁରୁଷ ସେଠାରେ ଏକାଠି ହୋଇ ହୋହଲ୍ଲା କରିଥିଲେ । ଏତେ ସଂଖ୍ୟକ ଲୋକ ଦେଖି ମନ୍ତ୍ରୀ ଯାଇଥିବା ଘରକୁ ପରିବାର ଲୋକେ କବାଟ ବନ୍ଦ କରି ଦେଇଥିଲେ । ଘର ବାହାରେ ଲୋକେ ବିଭିନ୍ନ ସମସ୍ୟା କଥା କହି ହୋହଲ୍ଲା କରିଥିଲେ । ଖବର ପାଇଁ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚିଭିଡ ଭିତରୁ ମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ । ନିଜ ଗାଁରେ ମନ୍ତ୍ରୀଙ୍କୁ ଅଟକ ରଖିବା ଘଟଣା ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe