ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ରାଜ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର ଟିକାକରଣ ଅଭିଯାନ : ଜାରି ହେଲା ସ୍ୱତନ୍ତ୍ର ଗାଇଡଲାଇନ୍

207

କନକ ବ୍ୟୁରୋ : ରାଜ୍ୟର ସମସ୍ତ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ଟିକାକରଣ ଅଭିଯାନ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ପ୍ରାଥମିକତା ଭିତିରେ କରୋନାର ଦ୍ୱିତୀୟ ଡୋଜ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି ।

ଜିଲ୍ଲାସ୍ତରରେ ଉଭୟ ସରକାର ଓ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ କରୋନା ଟିକା କରଣ ସଂପର୍କିତ ତଥ୍ୟ ବ୍ଲକ ଓ ସହରାଂଚଳ ଭିତିରେ ସଂଗ୍ରହ ହେବ । ସେହି ତଥ୍ୟକୁ ୟୁନିଫାଏଡ ଡିଷ୍ଟ୍ରିକ୍ ଇନଫର୍ମେସନ ସିଷ୍ଟମ ଫର ଏଜୁକେସନ ବା ୟୁଡିଆଇଏସଇକୁ ମଧ୍ୟ ଦିଆଯିବ । ଯାହା ଏହି ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଉପରେ କେତେ ଚାପ ପକାଇବ ତାହା ଜଣାପଡିବା ସହ ଜିଲ୍ଲା ଓ ବ୍ଲକସ୍ତରରେ ଟିକାକରଣ ଯୋଜନା ପ୍ରସ୍ତୁତ କରିବାରେ ସହଜ ହେବ । ଏହି ସ୍ୱତନ୍ତ୍ର ଟିକାକରଣ ଅଭିଯାନ ସିଡିଏମ, ଫିଜିସିଆନ ହସ୍ପିଟାଲ ଅର୍ଗାନାଇଜେନ ଓ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରସ୍ତୁତ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।