ବଲିଉଡରେ ଓଡିଆ ପୁଅର ସଫଳତା ! ତାଙ୍କ ଅଭିନୀତ ହିନ୍ଦୀ ସିନେମା ପାଇଲା ଏହି ଅନନ୍ୟ ସ୍ୱୀକୃତି ।

Advertisment
ବଲିଉଡରେ ଓଡିଆ ପୁଅର ସଫଳତା ! ତାଙ୍କ ଅଭିନୀତ ହିନ୍ଦୀ ସିନେମା ପାଇଲା ଏହି ଅନନ୍ୟ ସ୍ୱୀକୃତି ।
ଓଡ଼ିଶାର ଯାଜପୁର ଜିଲ୍ଲା ଜରାଦାରେ ଜନ୍ମଗ୍ରହଣ କରିଥିବା ଦେବେଶ ରଞ୍ଜନ ସମ୍ପ୍ରତି ମୁମ୍ବାଇ ସିନେ-ଶିଳ୍ପରେ କାମ କରି ସ୍ୱୀକୃତି ଲାଭ କରିଛନ୍ତି । ସେ ଇତିମଧ୍ୟରେ ବଲିଉଡରେ କାମ କରି ନାମ କମାଇବା ପରେ ଅର୍ନ୍ତଜାତୀୟସ୍ତରରେ ଫିଚର ସିନେମା ‘ଭାରା’ରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଓଡ଼ିଆ ପୁଅ ଦେବେଶରଞ୍ଜନ ସିନେମା ‘ଭାରା’ରେ ଅତି ଚମତ୍କାର ଅଭିନୟ ନେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।
ଦେବେଶରଞ୍ଜନ ହିନ୍ଦୀ ସିନେମା ‘ଭୋର’ରେ ମୁଖ୍ୟ ଭୂମିକା ଅଭିନୟ କରି ଲାଇମଲାଇଟକୁ ଆସିଛନ୍ତି। ସିନେମା ‘ଭୋର’ ସାମ୍ମାନଜନକ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ-୨୦୧୮ର ଭାରତୀୟ ପାନାରୋମା ବିଭାଗରେ ପ୍ରଦର୍ଶନ ଲାଗି ଚୟନ ହୋଇଛି। ଏହା ଓଡ଼ିଆ ପୁଅ ଦେବେଶରଞ୍ଜନ ପାଇଁ  ନିଶ୍ଚିତ ଭାବେ ଏକ ଗର୍ବର କଥା।
ଦେବେଶ ରଞ୍ଜନ ଯାଜପୁରସ୍ଥିତ ବ୍ୟାସନଗର କଲେଜରୁ ବି କମ୍ ଶେଷ କରିବା ପରେ ସିନେମା କରିବା ମୋହରେ ଦିଲ୍ଲୀ ପଳାଇ ଯାଇଥିଲେ । ୪ବର୍ଷ ଦିଲ୍ଲୀରେ ସିନେମା କରିବା ପାଇଁ ଥିଏଟରରେ ଅଭିନୟ କରିବା ପରେ ହିମାଚଳ ପ୍ରଦେଶର ମାଣ୍ଡି ସ୍କୁଲ ଅଫ୍ ଡ୍ରାମାରେ ଆକ୍ଟିଂ କୋର୍ସରେ ନାମ ଲେଖାଇଥିଲେ। ଏହାପରେ ମୁମ୍ବାଇ ଆସି ଦେବେଶ ରଞ୍ଜନ ନିଜ ଲକ୍ଷ୍ୟ ପଥରେ ଆଗେଇ ଯାଇଥିଲେ ଏବଂ ଗୋଟିଏ ପରେ ଗୋଟିଏ ସଫଳତାର  ପାହଚ ଚଢ଼ି ଚାଲିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe