ନୀତି ଆୟୋଗର ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ : ୨୮ ରାଜ୍ୟ ତାଲିକାରେ କେରଳ ପ୍ରଥମ ସ୍ଥାନରେ, ୧୯ ତମ ସ୍ଥାନରେ ଓଡିଶା

425

କନକ ବ୍ୟୁରୋ : ଆସିଛି ନୀତି ଆୟୋଗର ୨୦୨୦-୨୦୨୧ ବିକାଶ ସୂଚକାଙ୍କ ରିପୋର୍ଟ । ୨୮ ରାଜ୍ୟ ତାଲିକାରେ କେରଳ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ  ହିମାଚଳ ପ୍ରଦେଶ ରହିଥିବାବେଳେ ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି । ସୂଚକାଙ୍କରେ ୧୯ ତମ ସ୍ଥାନରେ ରହିଛି  ଓଡିଶା । ଏଥରର ରିପୋର୍ଟରେ ୧୭ଟି ବିଷୟରେ  ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନେଇ ପ୍ରଦର୍ଶନକୁ ଆକଳନ କରାଯାଇଛି ।

ଏଥିରେ ମୁଖ୍ୟତଃ ସାମାଜିକ, ଆର୍ଥିକ ଓ ପରିବେଶ ସ୍ଥିତିକୁ ବିଚାରକୁ ନିଆଯାଇଛି । ରିପୋର୍ଟ ଅନୁସାରେ, ଦାରିଦ୍ର୍ୟ ଦୂରୀକରଣରେ  ତାମିଲନାଡୁଓ ଓ ଦିଲ୍ଲୀରେ ପ୍ରଦର୍ଶନ ଭଲ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ଓ ଗୁଜରାଟ ଭଲ ପ୍ରଦର୍ଶନ କରିଛନ୍ତି ।  ଲଗାତାର ୩ ବର୍ଷ ହେଲା ନୀତି ଆୟୋଗ ଏଭଳି ରିପୋର୍ଟ ଜାରି କରିଆସୁଛି ।  ୨୦୧୮ରେ ଓଡ଼ିଶା ୨୨ତମ ସ୍ଥାନରେ ଥିଲା । ୨୦୧୯ରେ ୧୫ତମ ସ୍ଥାନରେ ରହିଛି ଓଡ଼ିଶା ।