ଓଡ଼ିଶାରେ କମୁନି ଗରିବି । ଦାରିଦ୍ର୍ୟ ସୀମା ରେଖା ତଳେ ୩୨.୫୯ ପ୍ରତିଶତ । ବିକାଶ ଲକ୍ଷ୍ୟରେ ୧ ନମ୍ବର ରାଜ୍ୟ କେରଳ, ଶେଷ ୫ Rank ମଧ୍ୟରେ ଓଡ଼ିଶା ।

822

କନକ ବ୍ୟୁରୋ : ଓଡ଼ିଶାରେ କମୁନି ଗରିବି । ଦାରିଦ୍ର୍ୟ ସୀମା ରେଖା ତଳେ ୩୨.୫୯ ପ୍ରତିଶତ । କଚ୍ଚା ଘରେ ରହୁଛନ୍ତି ୧୪.୨୦ ପ୍ରତିଶତ । ସ୍ଥାୟୀ ବିକାଶ ଲକ୍ଷ୍ୟରେ ପଛୁଆ ରହିଛି ଓଡିଶା । ଯୋଜନା ପରେ ଯୋଜନା ହେଉଛି, ହେଲେ ରାଜ୍ୟରେ ବିପିଏଲ ତାଲିକା ଉପରେ ଏହାର ବିଶେଷ ପ୍ରଭାବ ପଡିନି । ୨୦୧୧-୧୨ରେ ରାଜ୍ୟରେ ଯେତିକି ପ୍ରତିଶତ ଗରିବ ଥିଲେ, ପ୍ରାୟ ସେତିକି ପ୍ରତିଶତ ଗରିବ ରହିଛନ୍ତି ୨୦୨୦-୨୧ ଆର୍ଥିକ ବର୍ଷରେ । ନୀତି ଆୟୋଗର ସଷ୍ଟେନେବଲ୍ ଡିଭେଲୋପମେଂଟ ଗୋଲ୍ସ ବା ଏସଡିଜି ଇଣ୍ଡେକ୍ସରେ ଏହି ତଥ୍ୟ ପ୍ରକାଶ ପାଇଛି । ସ୍ଥାୟୀ ବିକାଶ ଲକ୍ଷ୍ୟରେ ପଛରେ ପଡିଯାଇଛି ଓଡ଼ିଶା ।

ତେବେ ବିକାଶ ଲକ୍ଷ୍ୟ ସାଧନରେ ସବୁଠୁ ପଛରେ ରହିଛି ବିହାର । ଆଉ ବିକାଶ ଲକ୍ଷ୍ୟରେ କେରଳ ଏକ ନମ୍ବର ରାଜ୍ୟ ହୋଇଛି । ଏପଟେ ଓଡ଼ିଶା ଶେଷ ୫ ନମ୍ବର ରାଜ୍ୟ ଭିତରେ ସ୍ଥାନ ପାଇଛି । ନଜର ପକାନ୍ତୁ, ଏସଡିଜି ଇଣ୍ଡେକ୍ସରେ କେଉଁ ରାଜ୍ୟ ଭଲ ସ୍କୋର କରିଛନ୍ତି ।

୭୫ ସ୍କୋର କରି ୧ ନମ୍ବର Rankରେ ରହିଛି କେରଳ
୭୪ ସ୍କୋର କରି ୨ ନମ୍ବର Rankରେ ରହିଛନ୍ତି ହିମାଚଳ ପ୍ରଦେଶ, ତାମିଲନାଡୁ
ଏସଡିଜି ଇଣ୍ଡେକ୍ସ ସ୍କୋର ୭୨ – ୩ ନମ୍ବର Rankରେ ଆନ୍ଧ୍ର ପ୍ରଦେଶ, ଗୋଆ, କର୍ଣ୍ଣାଟକ, ଉତ୍ତରାଖଣ୍ଡ
ସ୍କୋର ୭୧ – ୪ ନମ୍ବରରେ ରହିଛି ସିକିମ୍
ସେହିପରି ୭୦ ସ୍କୋର କରି ୫ ନମ୍ବର Rank ପାଇଛି ମହାରାଷ୍ଟ୍ର

ଏସଡିଜି ଇଣ୍ଡେକ୍ସ
ର୍ୟାଙ୍କ ୧ – କେରଳ – ସ୍କୋର ୭୫
ର୍ୟାଙ୍କ ୨ – ହିମାଚଳ ପ୍ରଦେଶ, ତାମିଲନାଡୁ – ସ୍କୋର ୭୪
ର୍ୟାଙ୍କ ୩ – ଆନ୍ଧ୍ର ପ୍ରଦେଶ, ଗୋଆ, କର୍ଣ୍ଣାଟକ, ଉତ୍ତରାଖଣ୍ଡ – ସ୍କୋର ୭୨
ର୍ୟାଙ୍କ ୪ – ସିକିମ୍ – ସ୍କୋର ୭୧
ର୍ୟାଙ୍କ ୫ – ମହାରାଷ୍ଟ୍ର – ସ୍କୋର ୭୦

ଏପଟେ ଶେଷ ୫ଟି Rankରେ ଥିବା ରାଜ୍ୟ ତାଲିକାରେ ରହିଛି ଓଡ଼ିଶା ।
ଓଡ଼ିଶା, ନାଗାଲ୍ୟାଣ୍ଡ, ଛତିଶଗଡ଼ – ସ୍କୋର ୬୧
ଅରୁଣାଚଳ ପ୍ରଦେଶ, ମେଘାଳୟ, ରାଜସ୍ଥାନ, ଉତ୍ତରପ୍ରଦେଶ – ସ୍କୋର ୬୦
ଆସାମର ସ୍କୋର ହେଉଛି – ୫୭
ଝାଡଖଣ୍ଡର ସ୍କୋର – ୫୬, ଶେଷ ଆଡୁ ଦ୍ୱିତୀୟ Rank
୫୨ ସ୍କୋର କରି ବିହାର ବିକାଶ ଲକ୍ଷ୍ୟରେ ସବୁଠୁ ପଛରେ ରହିଛି

ଶେଷ ୫ ରାଜ୍ୟ
ଓଡ଼ିଶା, ନାଗାଲ୍ୟାଣ୍ଡ, ଛତିଶଗଡ଼ – ସ୍କୋର ୬୧
ଅରୁଣାଚଳ ପ୍ରଦେଶ, ମେଘାଳୟ, ରାଜସ୍ଥାନ, ଉତ୍ତରପ୍ରଦେଶ – ସ୍କୋର ୬୦
ଆସାମ – ସ୍କୋର ୫୭
ଝାଡଖଣ୍ଡ – ସ୍କୋର ୫୬
ବିହାର – ସ୍କୋର ୫୨

ଏସଡିଜି ଇଣ୍ଡେକ୍ସ ରିପୋର୍ଟରେ ୧୭ଟି ବିଷୟରେ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ନେଇ ପ୍ରଦର୍ଶନକୁ ଆକଳନ କରାଯାଇଛି । ଏଥିରେ ମୁଖ୍ୟତଃ ସାମାଜିକ, ଆର୍ଥିକ ଓ ପରିବେଶ ସ୍ଥିତିକୁ ବିଚାରକୁ ନିଆଯାଇଛି । ରିପୋର୍ଟ ଅନୁସାରେ, ଦାରିଦ୍ର୍ୟ ଦୂରୀକରଣରେ ତାମିଲନାଡୁ ଓ ଦିଲ୍ଲୀରେ ପ୍ରଦର୍ଶନ ଭଲ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଦିଲ୍ଲୀ ଓ ଗୁଜରାଟ ଭଲ ପ୍ରଦର୍ଶନ କରିଛନ୍ତି । ଲଗାତାର ୩ ବର୍ଷ ହେଲା ନୀତି ଆୟୋଗ ଏଭଳି ରିପୋର୍ଟ ଜାରି କରିଆସୁଛି ।