ମଦ: ମହଙ୍ଗାରୁ ଶସ୍ତା; କାଲିଠୁ କମିବ ମଦର ଦର । ୫୦% ସ୍ୱତନ୍ତ୍ର କୋଭିଡ୍ ଫି’ରୁ ୩୫ ପ୍ରତିଶତ କମାଇଲା ଅବକାରୀ ବିଭାଗ ।

Advertisment
ମଦ ଉପରେ କମିଲା କୋଭିଡ୍ ଶୁଳ୍କ : ଏଣିକି ଅତିରିକ୍ତ ୫୦ ପ୍ରତିଶତ ବଦଳରେ ଦେବାକୁ ପଡିବ ୧୫ ପ୍ରତିଶତ । ଆଜିଠାରୁ ନୂଆ ଦର ଲାଗୁ । ମଦ ଉପରେ କୋଭିଡ୍ ଶୁଳ୍କରୁ ରାଜ୍ୟ ପାଇଛି ୨ଶହ କୋଟି ଟଙ୍କା

କନକ ବ୍ୟୁରୋ: ବର୍ତ୍ତମାନର ବଡ଼ ଖବର । ମହଙ୍ଗାରୁ ଶସ୍ତା ହେଲା ମଦ । କାଲିଠାରୁ ମଦ ଉପରୁ କମିବ କୋଭିଡ୍ ଶୁଳ୍କ, କୋଭିଡ୍ ‘ଫି’କୁ ୩୫% କମାଇଲା ଅବକାରୀ ବିଭାଗ । ପୂର୍ବରୁ କରୋନା କଟକଣା ଏବଂ ଏହାର ସ୍ଥିତିକୁ ଦୃଷ୍ଟିରେ ରଖି ଦର ଉପରେ ଅଧିକ ୫୦ ପ୍ରତିଶତ କୋଭିଡ୍ ଫି’ ଲଗାଇଥିଲା ଅବକାରୀ ବିଭାଗ । ତେବେ ଏହା କାଲିଠୁ କମିଯିବ ଏବଂ ମାତ୍ର ୧୫ ପ୍ରତିଶତ କୋଭିଡ୍ ଫି’ ମଦର ଦର ଉପରେ ଲାଗିବ ବୋଲି ଅବକାରୀ ବିଭାଗ ନିଷ୍ପତ୍ତି ଜାରି କରିଛନ୍ତି ।

ତେବେ, ବିଦେଶୀ ମଦ ଉପରେ ଅନ୍ୟ ପଡ଼ୋଶୀ ରାଜ୍ୟମାନେ ଇତିମଧ୍ୟରେ ଲାଗୁ କରିଥିବା ସ୍ୱତନ୍ତ୍ର କୋଭିଡ୍‌ ଟିକସକୁ ପ୍ରତ୍ୟାହାର କରି ନେଇଥିବା କାରଣରୁ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ମଦର ମୂଲ୍ୟ ଅଧିକ ରହିଛି। ଏ ପରିସ୍ଥିତିରେ ରାଜ୍ୟ ମଧ୍ୟକୁ ଚୋରା ଓ ବିଷାକ୍ତ ମଦର ଚାଲାଣ ବୃଦ୍ଧି ପାଇବା ଆଶଙ୍କା ରହିଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି ।

ଏଣିକି ୫୦ ପ୍ରତିଶତ ବଦଳରେ ରାଜ୍ୟ ସରକାର ବିଦେଶୀ ମଦ ଉପରେ ୧୫ ପ୍ରତିଶତର ଅତିରିକ୍ତ ଟିକସ ଆଦାୟ କରିବେ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଆସନ୍ତା ଜୁଲାଇ ୧୦ ତାରିଖ ଠାରୁ ଲାଗୁ ହେବ। ଏବଂ ୧୫ ପ୍ରତିଶତର ଅତିରିକ୍ତ ଟିକସ ସହ ବିଦେଶୀ ମଦର ନୂତନ ଦର ତାଲିକା ଖୁବଶୀଘ୍ର ଜାରି ହେବ ବୋଲି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe