ରାଜ୍ୟରେ କରୋନା ଟିକାର ଘୋର ଅଭାବ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ୧୫ଶହ କେନ୍ଦ୍ରରୁ ବନ୍ଦ ହେଲା ହଜାରେ ୭୩

104

କନକ ବ୍ୟୁରୋ : ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖାଦେଲାଣି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି କୋଭିଡ ଟିକା ଅଭାବ ଯୋଗୁଁ ୧ହଜାର୭୩ଟି କେନ୍ଦ୍ରରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ରାଜ୍ୟରେ ୧୫ଶହ ଟି ଟିକାକେନ୍ଦ୍ରରୁ ୧ହଜାର୭୩ଟି କେନ୍ଦ୍ରରେ ଟିକାକରଣ ହୋଇପାରୁନାହିଁ । ନୂଆପଡା, ଝାରସୁଗୁଡା ଓ କୋରାପୁଟରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।

୧୦ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନ ଥିବାରୁ ସେଠାରେ ଟିକାକରଣ ବନ୍ଦ ରହିଛି । ଏବେ ରାଜ୍ୟରେ ଯେତିକି ଟିକା ଅଛି ତାହା ଦୁଇ ରୁ ତିନି ଦିନ ଟିକାକରଣ ହୋଇପାରିବ । ରାଜ୍ୟରେ ୩ଲକ୍ଷ ୬୦ହଜାର କୋଭିସିଲ୍ଡ ଟିକା ଓ ୨ଲକ୍ଷ ୩୦ହଜାର କୋଭାକ୍ସିନ ଟିକା ଉପଲବ୍ଧ ରହିଛି । ତେବେ ଟିକା ଅଭାବ ସମ୍ପର୍କରେ ବାରମ୍ବର ଚିଠି ଲେଖାଯାଇ କେନ୍ଦ୍ରକୁ ଅବଗତ କରଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।