ସରକାରଙ୍କ ଲକଡାଉନ ନିୟମ ଅନୁସାରେ ଦୋକାନ ଖୋଲିବାକୁ ବ୍ୟବସାୟୀ ସଂଘର ନିଷ୍ପତ୍ତି : ପୂର୍ବରୁ ଦିନ ୨ଟା ଯାଏଁ ଖୋଲା ରଖିବାକୁ କରିଥିବା ଘୋଷଣା

ସଂଘର ସଂପାଦକ କହିଲେ ଅତ୍ୟାବଶ୍ୟକ ଜିନିଷର ନାହିଁ ଅଭାବ, ହେବନି କଳାବଜାରୀ

1,605

କନକ ବ୍ୟୁରୋ : ସରକାରଙ୍କ ଲକଡାଉନ ଘୋଷଣା ପରେ ନିଷ୍ପତି ପ୍ରତ୍ୟାହାର କଲା ବ୍ୟବସାୟୀ ମହାସଂଘ । ପୂର୍ବରୁ ଦିନ ୨ଟା ଯାଏଁ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲା ରଖିବାକୁ କରିଥିଲା ଘୋଷଣା । ଏବେ ସରକାରଙ୍କ ନିୟମ ଅନୁଯାୟୀ ଦୋକାନ ଖୋଲିବାକୁ ନିଷ୍ପତି ନିଆଯାଇଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ ସୂଚନା । ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷର ଅଭାବ ନାହିଁ ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି ।

ପରିବହନରେ ମଧ୍ୟ ସମସ୍ୟା ହେବ ନାହିଁ କହିଲେ ବ୍ୟବସାୟୀ ସଂଘ । ଏହା ସହ କଳାବଜାରୀ ହେବ ନାହିଁ ବୋଲି ଦୁଢ଼ୋକ୍ତି ରଖିଲା ବ୍ୟବସାୟୀ ମହାସଂଘ । ଯେଉଁ ଖୁଚୁରା ବ୍ୟବସାୟୀ ବେପାର କରିବେ ସେମାନଙ୍କୁ ପାଇକାରୀ ଗୋଦାମରୁ ମାଲପତ୍ର ଆଣିବାକୁ ନିୟମ କୋହଳ କରାଯାଉ, ନଚେତ ସେମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା । ଯେଉଁଠାରେ ଗହଳି ଅଧିକ ହେବ ସେଠାରେ ପୋଲିସ ମୁତୟନ କରାଯାଉ । ଅନଲାଇନରେ ମଧ୍ୟ କେତେକ ଅତ୍ୟାବଶ୍ୟକୀୟ ଜିନିଷ ବ୍ୟବସାୟ ପାଇଁ ଅନୁମତି ଦିଆଯାଉ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।