ମନ୍ଦିର ଖୋଲିବା ଦାବିରେ ଓଡିଶା ସେବାୟତ ସଂଘର ପ୍ରତିବାଦ : ଘଣ୍ଟ ବାଡେଇ ଶଙ୍ଖ ଫୁଙ୍କି ଜଣାଇଲେ ପ୍ରତିବାଦ

134

କନକ ବ୍ୟୁରୋ : ମନ୍ଦିର ଖୋଲିବା ଦାବିରେ ପ୍ରତିବାଦ । ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଘଂଟ ବାଡ଼େଇ ଶଙ୍ଖ ଫୁଙ୍କି ଆନ୍ଦୋଳନ । ସାମାଜିକ ଦ୍ୱରତା ଓ ମାସ୍କ ପିନ୍ଧି ଆନ୍ଦୋଳନରେ ଯୋଗ ଦେଇଛନ୍ତି ରାଜ୍ୟର ବିଭିନ୍ନ ମନ୍ଦିର ସେବାୟତ । ଓଡ଼ିଶାରେ ମନ୍ଦିର ଖୋଲିବା ସହ ସେବାୟତମାନଙ୍କୁ ସହାୟତା ପ୍ରଦାନ କରିବା ଦାବି ରଖିଛନ୍ତି ।

ପ୍ରଶାସନର ଅବହେଳାକୁ ନେଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ୫ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି । ଚଳିତ ଅନଲକ ପର୍ଯ୍ୟାୟରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ସିଗ୍ନାଲ ଦେଇଥିଲେ ସୁଧା ସ୍ଥାନୀୟ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ମନ୍ଦିର ନଖୋଲିବାରୁ ପ୍ରତିବାଦ କରିଛନ୍ତି ସେବାୟତ ।