ଉଦାହରଣ ପାଲଟିଲା ଓଡ଼ିଶା । ନୀତି ଆୟୋଗରେ ଉଠିଲା ‘5-T’ କଥା । ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ନୀତି ଆୟୋଗର ପ୍ରଶଂସା ।

901

କନକ ବ୍ୟୁରୋ: ଓଡ଼ିଶା ଉଦାହରଣ ଦେଲା ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଛନ୍ତି ନୀତି ଆୟୋଗ । ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ‘ଫାଇଭ୍-ଟି’ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଦିଗରେ ସଫଳତା ହାସଲ କରିଛନ୍ତି । ବିଶେଷ କରି ଶିକ୍ଷା ବ୍ୟବସ୍ଥା ନେଇ ଏହି ‘ଫାଇଭ-ଟି’ ଅଧିକ ସଫଳ ହୋଇଥିବା କହିଛନ୍ତି ନୀତି ଆୟୋଗ ।

ସଭିଏଁ ପଢ଼ିବେ , ସଭିଏଁ ବଢ଼ିବେ ନାରା ଏବଂ ସ୍କୁଲରେ ଶୈକ୍ଷିକ ବାତାବରଣ ସୃଷ୍ଟି କରି କିଭଳି ସମସ୍ତଙ୍କୁ ଉଚିତ୍ ଶିକ୍ଷାଦାନ ଦିଆଯିବ ସେନେଇ ସରକାର ଉତ୍ତମ ପଦକ୍ଷେପ ନେଉଛନ୍ତି । ଯାହା ପିଲାମାନଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳ ହାସଲ କରିବାକୁ ଆର୍ଷିତ କରିବା ସହ ପାଠ ପଢ଼ିବାକୁ ଅଧିକ ପ୍ରୋତ୍ସାହିତ କରିବ । ଆଉ ନୀତି ଆୟୋଗ ଏବଂ ସାଥ୍-ଇ ପ୍ରୋଜେକ୍ଟ ଜରିଆରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍ କରିବା ଓ ଉନ୍ନତି ଆଣିବା କ୍ଷେତ୍ରରେ ଓଡ଼ିଶା ବିଶେଷ ଅଗ୍ରଗତି କରିଥିବା କହିଛନ୍ତି ନୀତି ଆୟୋଗ ।

ବିଶେଷ କରି ବ୍ଲକସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କ୍ଷେତ୍ରରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ନେଇ ଅଧିକ ଫୋକସ ଦେଇଛନ୍ତି ଓଡ଼ିଶା ସରକାର । ଆଉ ଓଡ଼ିଶା ଟ୍ରାନ୍ସଫର୍ମେସନ୍, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି ଏବଂ ଟାଇମଲାଇନ୍ସ ଭଳି ‘ଫାଇଭ୍-ଟି’ କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟ ଗୁଡ଼ିକ ପାଇଁ ଉଦାହରଣ ପାଲଟିଛି । ଆଉ ନୀତି ଆୟୋଗର ପ୍ରଶଂସା ପରେ ଟ୍ୱିଟର ୟୁଜର୍ସମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସାଧୁବାଦ୍ ଜଣାଇଥିବା ଦେଖିବାକୁ ମିଳିଛି ।