ଆଜି ରାଜ୍ୟରେ ଟିକା ନେବେ ଆଗଧାଡିର କରୋନା ଯୋଦ୍ଧା : ହସ୍ପିଟାଲ ନଯାଇ ଅଫିସରେ ଟିକାନେବେ ଅଧିକାରୀ ଓ କର୍ମଚାରୀ

41

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କୋଭିଡ ୱାରିୟର୍ସଙ୍କୁ ଦିଆଯିବ କରୋନା ଟିକା । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବାକୁ କୁହାଯାଇଛି । ପୋଲିସ ଡିଜିଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀମାନଙ୍କୁ ଟିକା ଦିଆଯିବ । ଏପରିକି ବରିଷ୍ଠ ଅଧିକାରୀମାନେ ଟିକା ନେବାବେଳର ଫଟୋ ଟ୍ୱିଟରରେ ଅପଲୋଡ କରିବାକୁ କୁହାଯାଇଛି । ଏହାଦ୍ୱାରା ସାଧାରଣ ଲୋକେ ସଚେତନ ହେବାସହ ସେମାନଙ୍କ ମନରୁ ଭୟ ଦୂରହେବ ଓ ଆତ୍ମବିଶ୍ୱାସ ବଢିବ ।

ଆଜିଠାରୁ ଗୃହ, ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ ବୋଲି ଜଣାପଡିଛି । ହସ୍ପିଟାଲ ପରିବର୍ତ୍ତେ ଏମାନଙ୍କ ପାଇଁ ଅଫିସରେ ଟିକା ନେବାର ବ୍ୟବସ୍ଥା କରାଯାଇଛି । ସେହିପରି କଲ୍ୟାଣ ମଣ୍ଡପ ଓ ବିଭିନ୍ନ ଗୋଷ୍ଠୀକେନ୍ଦ୍ରରେ ଟିକା ଦେବାପାଇଁ ମାଇକ୍ରୋ ପ୍ଲାନିଂ ହୋଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।