ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ବରିଷ୍ଠ କିରାଣୀ : ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ଼

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ବରିଷ୍ଠ କିରାଣୀ : ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ଼

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପୂର୍ତ ବିଭାଗର ବରିଷ୍ଠ କିରାଣୀ । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଅସିତ ନାୟକଙ୍କ ଡ଼ୁମଡ଼ୁମା ବାସଭବନ ସମେତ ଏକା ସାଙ୍ଗରେ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । । ଭିଜିଲାନ୍ସ ଡୁମ୍‌ଡୁମାରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ କୋଠା, ଜଟଣୀର ପ୍ରଧାନ ସାହିରେ ଥିବା ଏକ ଡୁପ୍ଲେକ୍ସ ଓ ଏକ ପ୍ଲଟ୍‌, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାର କଇଥାପାଲିରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ୍‌ ଏବଂ ଆର୍‌ବି ଡିଭିଜନ୍‌ରେ ଥିବା ଅଫିସ୍‌ ରୁମ୍‌ରେ ଏହି ଚଢ଼ାଉ କରିଥିବା ସୂଚନା ରହିଛି । ଏହା ସହ କିରାଣୀଙ୍କ ଘରୁ ପୁଳାପୁଳା ସୁନା ମିଳିଛି ।

ଭୁବନେଶ୍ବର ଭିଜିଲାନ୍ସର ସ୍ପେସିଆଲ୍‌ ଜଜ୍‌ଙ୍କ ଦ୍ବାରା ଏକ ସର୍ଚ ୱାରେଣ୍ଟ୍‌ ଜାରି କରାଯାଇଥିଲା।  ଏହି ଚଢ଼ାଉ ପରେ ଏବେ ସୁଦ୍ଧା ୧୦ ଲକ୍ଷ ୬୨ ହଜାର ୬୦୫ ଟଙ୍କା ମିଳି ସାରିଲାଣି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ ଅସିତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଗୋଲନ୍ଥରା ଥାନା ଅନ୍ତର୍ଗତ କଇଥାପାଲି ଗ୍ରାମର ମୃତ ଗୋକୁଳାନନ୍ଦ ନାୟକଙ୍କ ପୁଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe