ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ : ୨୪ ଘଂଟାରେ ୪ ହଜାର ୮୫୧ ଜଣ ନୂଆ ମାମଲା ଚିହ୍ନଟ, ୫ ମୃତ

ନୂଆଡ଼ାରୁ ୨ ସୁନ୍ଦରଗଡ଼, କଟକ, ମୟୁରଭଂଜରୁ ଜଣେ ଲେଖାଏଁ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୭୦୩ ସଂକ୍ରମିତ

367

କନକ ବ୍ୟୁରୋ : ପୁଣି ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ୪ ହଜାର ୮୫୧ ନୂଆ ମାମଲା ଚିହ୍ନଟ । ଏହା ପୂର୍ବବର୍ତୀ ୨୪ ଘଂଟାରେ ୪ ହଜାର ୭୬୧ ନୂଆ ମାମଲା ସାମ୍ନାକୁ ଆସିଥିଲା । ଯାହା ଗତ ସେପ୍ଟେମ୍ବରରେ ଦେଖାଦେଇଥିବା କରୋନାର ସର୍ବାଧିକ ସଂକ୍ରମଣକୁ ଟପି ଯାଇଥିଲା । ତେବେ ଗତ ୨୪ ଘଂଟାରେ ରାଜ୍ୟରେ ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ନୂଆପଡାରୁ ୨ଜଣ, ସୁନ୍ଦରଗଡ, ମୟୁରଭଞ୍ଜ ଓ କଟକରୁ ଜଣେ ଲେଖାଏଁ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି ।

ଖୋର୍ଦ୍ଧ ଜିଲ୍ଲାରୁ ସର୍ବାଧିକ ୭୦୩ ନୂଆ ମାମଲା ସାମ୍ନାକୁ ଆସିଛି । ଅନୁଗୁଳରୁ ୧୧୧, ବାଲେଶ୍ୱରରୁ ୫୨, ବରଗଡାରୁ ୩୧୮, ଭଦ୍ରକରୁ ୭୩, ବଲାଙ୍ଗୀରରୁ ୨୨୭, ବୌଦ୍ଧରୁ ୨୨, କଟକରୁ ୩୦୪, ଦେବଗଡରୁ ୩୫, ଢେଙ୍କାନାଳରୁ ୩୧, ଗଜପତିରୁ ୩୫, ଗଞ୍ଜାମରୁ ୧୫୧, ଜଗତସିଂହପୁରରୁ ୩୯, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୨୯୦, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୨୭ ଜଣ, କେନ୍ଦ୍ରାପଡ଼ାରୁ ୫୮ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୧୬୬, କୋରାପୁଟରୁ ୬୨,ମାଲକାନଗିରିରୁ ୩୧, ମୟୁରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୯୪, ନୟାଗଡ଼ରୁ ୬୬, ନୂଆପଡ଼ାରୁ ୪୮୬, ପୁରୀରୁ ୨୨୩, ରାୟଗଡ଼ାରୁ ୮୫, ସମ୍ୱଲପୁରରୁ ୧୭୧, ସୋନପୁରରୁ ୯, ସୁନ୍ଦରଗଡରୁ ୫୧୬ ଓ ଷ୍ଟେଟପୁଲରୁ ୧୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଂଟା ମଧ୍ୟରେ ୧ ହଜାର୭୪୦ ଜଣ କରୋନାରୁ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଫଳରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୯୨୭ରେ ପହଂଚିଛି । ଆଜିଯାଏଁ ରାଜ୍ୟରେ ୩ ଲକ୍ଷ ୮୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୯୫୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ସରକାର କହିଥିଲେ ୭ଟି ଜିଲ୍ଲାରୁ ମୋଟ୍ ୬୩ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।