କନକ ବ୍ୟୁରୋ : ତଳମୁହାଁ କରୋନା ମିଟର । ୨୪ଘଂଟା ଭିତରେ ରାଜ୍ୟରେ ୩ହଜାର ୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ଭିତରୁ ୨୧୭୨ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୬୩୪ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୧୭ ସଂକ୍ରମିତ ଚିହ୍ନଟ ଅନୁଗୁଳରୁ ୧୭୫, ବାଲେଶ୍ୱରରୁ ୨୨୦, ବରଗଡରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗୀରରୁ ୨୮,ବୌଦ୍ଧରୁ ୩୫, କଟକରୁ ୩୯୩, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଞ୍ଜାମରୁ ୩୬, ଜଗତସିଂହପୁରରୁ ୧୩୦ ଚିହ୍ନଟ ହୋଇଛନ୍ତି ।
ସେହିପରି ଯାଜପୁରରୁ ୩୪୬, ଝାରସୁଗୁଡାରୁ ୧୯,କଳାହାଣ୍ଡିରୁ ୪୩, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୧୪୫, କେନ୍ଦୁଝରରୁ ୮୧,ଖୋର୍ଦ୍ଧାରୁ ୬୧୭, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ମୟୂରଭଞ୍ଜରୁ ୧୫୯,ନବରଙ୍ଗପୁରରୁ ୮୮, ନୟାଗଡ଼ରୁ ୧୩୪, ନୁଆପଡାରୁ ୩୧, ପୁରୀରୁ ୨୦୦, ରାୟଗଡାରୁ ୧୧୧, ସମ୍ବଲପୁରରୁ ୪୫, ସୋନପୁରରୁ ୩୬,ସୁନ୍ଦରଗଡରୁ ୧୧୯ ଓ ରାଜ୍ୟ ପୁଲରୁ ୯୫ଜଣ ଚିହ୍ନଟ ହୋଇଛନ୍ତି ।