ରାଜ୍ୟରେ ଦିନକରେ ୭,୧୮୮ କରୋନା ପଜିଟିଭ ଚିହ୍ନଟ : ସଙ୍ଗରୋଧରୁ ୪୦୨୬, ସ୍ଥାନୀୟ ଅଞ୍ଚଳରୁ ୩୧୬୨; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪

168

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୧୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୦୨୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୬୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୧୫ଜଣ, ବାଲେଶ୍ୱରରୁ ୧୦୩ ଜଣ, ବରଗଡ଼ରୁ ୨୭୧ ଜଣ, ଭଦ୍ରକରୁ ୮୯ଜଣ, ବଲାଙ୍ଗୀରରୁ ୯୩ ଜଣ, ବୌଦ୍ଧରୁ ୨୫୭ଜଣ, କଟକରୁ ୬୯୦ଜଣ, ଦେବଗଡରୁ ୬୧ ଜଣ, ଢେଙ୍କାନାଳରୁ ୨୫୫ଜଣ, ଗଜପତିରୁ ୧୦୬ ଜଣ, ଗଞ୍ଜାମରୁ ୧୬୩ ଜଣ, ଜଗତସିଂହପୁରରୁ ୧୫୪ ଜଣ, ଯାଜପୁରରୁ ୪୦୬ ଜଣ, ଝାରସୁଗୁଡାରୁ ୧୧୪ ଜଣ, କଳାହାଣ୍ଡିରୁ ୧୭୭ ଜଣ, କନ୍ଧମାଳରୁ ୫୪ ଜଣ, କେନ୍ଦ୍ରାପଡ଼ାରୁ ୭୫ଜଣ, କେନ୍ଦୁଝରରୁ ୫୭ଜଣ, ଖୋର୍ଦ୍ଧାରୁ ୧୧୩୪ ଜଣ, କୋରାପୁଟରୁ ୨୦୨ ଜଣ, ମାଲକାନଗିରିରୁ ୯୨ଜଣ, ମୟୁରଭଞ୍ଜରୁ ୩୨୦ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ନବରଙ୍ଗପୁରରୁ ୨୧୬ ଜଣ, ନୟାଗଡ଼ରୁ ୨୪୨ଜଣ, ନୂଆପଡ଼ାରୁ ୬୨ ଜଣ, ପୁରୀରୁ ୪୫୭ ଜଣ, ରାୟଗଡ଼ାରୁ ୧୬୫ ଜଣ, ସମ୍ୱଲପୁରରୁ ୧୨୦ଜଣ, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୧୭୨ ଓ ଷ୍ଟେଟ ପୁଲରୁ ୨୩୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୪୭,୧୪୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୬,୪୭,୧୩୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୯୭, ୨୭୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।