ରାଜ୍ୟରେ କରୋନା ସଂକ୍ରମଣର ନିମ୍ନ ଗତି : ୨୪ଘଂଟାରେ ୬୧୧୮ ନୂଆ ଅକ୍ରାନ୍ତ ଚିହ୍ନଟ, ୪୧ ମୃତ; ପିଜିଟିଭ ହାର ୯.୧ % କୁ ହ୍ରାସ

1,185

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ଘଂଟା ଭିତରେ ୬ହଜାର ୧୧୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ହଜାର ୪୫୩ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ହଜାର ୬୬୫ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ଆଜି ୪୧ଜଣଙ୍କର ମୃତ୍ୟୁ ହୋଇଛି । ସୁଚନା ଅନୁସାରେ ୨୪ଘଂଟା ଭିତରେ ୬୭ ହଜାର ୧୭୮ଟି ନମୁନା ପରୀକ୍ଷା ହୋଇଛି । ଟେଷ୍ଟ ପିଜିଟିଭ ରେଟ ରହିଛି ୯ଦଶମିକ ୧ ପ୍ରତିଶତ ।

ଟକ ଜିଲ୍ଲାରୁ ସର୍ବାଧିକ ୬୪୦, ଅନୁଗୁଳରୁ ୪୧୬ଜଣ, ବାଲେଶ୍ୱରରୁ ୧୯୫ ଜଣ, ବରଗଡ଼ରୁ ୧୬୪ ଜଣ, ଭଦ୍ରକରୁ ୨୨୮ଜଣ, ବଲାଙ୍ଗୀରରୁ ୮୩ ଜଣ, ବୌଦ୍ଧରୁ ୧୧୨ଜଣ, କଟକରୁ ୬୪୦ଜଣ, ଦେବଗଡ଼ରୁ ୨୯ ଜଣ, ଢେଙ୍କାନାଳରୁ ୧୨୩ଜଣ, ଗଜପତିରୁ ୩୦ ଜଣ, ଗଞ୍ଜାମରୁ ୯୩ ଜଣ, ଜଗତସିଂହପୁରରୁ ୨୧୮ ଜଣ, ଯାଜପୁରରୁ ୫୬୩ ଜଣ, ଝାରସୁଗୁଡ଼ାରୁ ୮୬ ଜଣ, କଳାହାଣ୍ଡିରୁ ୮୦ ଜଣ, କନ୍ଧମାଳରୁ ୧୪୩ ଜଣ, କେନ୍ଦ୍ରାପଡ଼ାରୁ ୨୧୭ଜଣ, କେଉଁଝରରୁ ୧୫୫ଜଣ, ଖୋର୍ଦ୍ଧାରୁ ୪୯୫ ଜଣ, କୋରାପୁଟରୁ ୧୮୦ ଜଣ, ମାଲକାନଗିରିରୁ ୧୦୭ଜଣ, ମୟୁରଭଞ୍ଜରୁ ୩୮୪ଜଣ, ନବରଙ୍ଗପୁରରୁ ୧୬୬ ଜଣ, ନୟାଗଡ଼ରୁ ୧୬୧ଜଣ, ନୂଆପଡ଼ାରୁ ୩୬ ଜଣ, ପୁରୀରୁ ୩୯୮ ଜଣ, ରାୟଗଡ଼ାରୁ ୧୦୮ ଜଣ, ସମ୍ୱଲପୁରରୁ ୧୦୩ଜଣ, ସୋନପୁରରୁ ୫୨, ସୁନ୍ଦରଗଡ଼ରୁ ୨୭୨ ଓ ଷ୍ଟେଟ ପୁଲରୁ ୧୦୩କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୧୯,୨୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭,୩୯,୩୭୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୬, ୭୫୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।