ରାଜ୍ୟରେ କରୋନା ମୃତ୍ୟୁର ଅଲୋଡ଼ା ରେକର୍ଡ଼ : ଦିନକରେ ରାଜ୍ୟରେ ସର୍ବାଧିକ ୪୭ଜଣଙ୍କ ଜୀବନ ନେଲା କରୋନା

172

କନକ ବ୍ୟୁରୋ : ରାଜ୍ୟରେ କରୋନା ମୃତ୍ୟୁର ଅଲୋଡ଼ା ରେକର୍ଡ । ୨୪ ଘଂଟାରେ ୪୭ଜଣଙ୍କ ଜୀବନ ନେଲା କରୋନା । ଏପ୍ରିଲ ମାସରେ ୧୧୮ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ମେ ମାସରେ ୭୧୧, ଜୁନ ମାସର ପ୍ରଥମ ୧୨ ଦିନରେ ୫୦୩ ମୁଣ୍ଡ ନେଲାଣି ମହାମାରୀ ।

ସେପଟେ ଗତ ୨୪ଘଂଟାରେ ୫ ହଜାର ତଳକୁ ଖସିଲା ସଂକ୍ରମଣ । ୪ ହଜାର ୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨ ହଜାର ୭୬୫ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨ ହଜାର ୮୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଥିବା ବେଳେ, କଟକରୁ ୫୦୫, ଯାଜପୁର ୩୮୨, ବାଲେଶ୍ୱର ୩୬୪, କେନ୍ଦ୍ରାପଡ଼ାରୁ ୨୮୭, ଅନୁଗୁଳରୁ ୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟର ମୋଟ ସଂକ୍ରମଣ ସଂଖ୍ୟା ୮ଲକ୍ଷ ୪୭ ହଜାର ୩୧୩ ରହିଛି ।

ସେଥିରୁ ସୁସ୍ଥ ହୋଇଛନ୍ତି ୭ଲକ୍ଷ ୮୧ ହଜାର ୪୮୮ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୬୨ ହଜାର ୫୧୫ଜଣ । ୬୭ ହଜାର ୧୨୨ ନମୁନା ପରୀକ୍ଷା ହୋଇଛି । ୭ ଦଶମିକ ୨୨ ପ୍ରତିଶତ ପଜିଟିଭ ହାର ରହିଛି । ଏପର୍ଯ୍ୟନ୍ତ ଜୁନ ମାସର ପ୍ରଥମ ୧୨ ଦିନରେ ୮୨ ହଜାର ୩୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୩ଜଣଙ୍କ ମୁଣ୍ଡ ନେଲାଣି କରୋନା ।