ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

୨୪ ଜିଲ୍ଲାରେ ୩ଅଙ୍କ ଉପରେ ରହିଛି ସଂକ୍ରମିତ ସଂଖ୍ୟା

261

କନକ ବ୍ୟୁରୋ : ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୮୮୭ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୨୬ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦, କଟକରୁ ୮୨୮ ଚିହ୍ନଟ ହୋଇଛନ୍ତି ।

ସେହିଭଳି ପୁରୀରୁ ୫୩୩, ବରଗଡ଼ରୁ ୫୧୧, ନୂଆପଡ଼ାରୁ ୪୧୮, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଂଟାରେ ୧୧ଜଣଙ୍କ ମୃତ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୫୪ ରହିଛି । ଏବେ ରାଜ୍ୟରେ ୬୭ ହଜାର ୮୦ ମାମଲା ସକ୍ରିୟ ରହିଛି ।

୨୨ ଜିଲ୍ଲାରେ ୩ ଅଙ୍କ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଏପ୍ରିଲ ମାସରେ ୧ଲକ୍ଷ ୧୩ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଂଟାରେ ୪୭ ହଜାର ୪୬୨ ନମୁନା ପରୀକ୍ଷା ହୋଇଛି । ରାଜ୍ୟରେ ୨୧ ଦଶମିକ ୯ ପ୍ରତିଶତ ରହିଛି ପଜିଟିଭ ହାର । ଟେଷ୍ଟ ହୋଇଥିବା ପ୍ରତି ୧୦୦ ଜଣରେ ୨୨ ଜଣ ରିପୋର୍ଟ ପଜିଟିଭ ଆସୁଛି ।