କନକ ବ୍ୟୁରୋ : ରେଳ ବଜେଟ ପାଇଁ କେନ୍ଦ୍ର ପାଖରେ ଦାବି ଉପସ୍ଥାପନ କରିଛି ଓଡିଶା । ଜାନୁୟାରୀ ୨୯ରୁ କେନ୍ଦ୍ରୀୟ ବଜେଟ ଅଧିବେଶନ ଆରମ୍ଭ ହେଉଛି । ତେଣୁ ଏଥର ବଜେଟର ଓଡିଶାର ନୂଆ ଓ ପୁରୁଣା ରେଳ ପ୍ରକଳ୍ପ ପାଇଁ ଅଧିକ ଅନୁଦାନ ଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ରେଳ ପ୍ରକଳ୍ପ ପାଇଁ ୭ ହଜାର ୨ ଶହ କୋଟି ଦେବାକୁ ଦାବି କରିଛି ଓଡିଶା । ପୁରୁଣା ପ୍ରକଳ୍ପ ପାଇଁ ୩୫ ଶହ କୋଟି ଓ ନୂଆ ପ୍ରକଳ୍ପ ପାଇଁ ୩୭ ଶହ କୋଟି ଟଙ୍କା ଦେବାକୁ ଦାବି କରାଯାଇଛି । ବିଜେଡି ସାସଂଦ ଅମର ପଟ୍ଟନାୟକ କହିଛନ୍ତି, କୋଭିଡ ସମୟରେ ଓଡିଶାରୁ ଜିଏସଟି ଆଦାୟ ଭଲ ହୋଇଛି । ତେଣୁ ରେଳ ବଜେଟରେ ଓଡିଶାକୁ ଅଧିକ ପ୍ରାଧାନ୍ୟ ଦେବାକୁ କହିଛନ୍ତି ଅମର ପଟ୍ଟନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/10-27.jpg)