କନକ ବ୍ୟୁରୋ : ଟିକାର ଅଭାବ ଭିତରେ କେନ୍ଦ୍ରକୁ ପୁଣି ଥରେ ଚିଠି ଟିକା ମାଗିଛି ଓଡ଼ିଶା । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତୃତୀୟ ପର୍ଯ୍ୟାୟ ଟିକାକରଣ ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଗୋଟିଏ ଥରରେ ୨୫ ଲକ୍ଷ ଟିକା ଦେବାକୁ କହିଛନ୍ତି ।
ସେ କହିଛନ୍ତି, ଟିକା ଆସିଲେ ମେ’ ପ୍ରଥମ ସପ୍ତାହରେ ତୃତୀୟ ପର୍ଯ୍ୟାୟ ଟିକାକରଣ କରାଯିବ । ରାଜ୍ୟରେ ଏବେ ମାତ୍ର ୪୬ ହଜାର ୨୨୦ କୋଭିସିଲ୍ଡ ଡୋଜ୍ ଓ ୩ ଲକ୍ଷ ୨୧ ହଜାର ୬୩୦ କୋଭାକ୍ସିନ ଡୋଜ୍ ମହଜୁତ ଅଛି । ଗତକାଲି ରାତିରେ ତୃତୀୟ ପର୍ଯ୍ୟାୟ ଟିକା ପାଇଁ ଦେଢ଼ ଲକ୍ଷ କୋଭାକ୍ସିନ ପହଁଚିଛି । ମେ’ ୧ ଓ ୨ ତାରିଖରେ ଟିକାକରଣ ବନ୍ଦ ରହିବ । ତେବେ ମେ’ ପହିଲାରେ ସାଂକେତିକ ଭାବେ ଆରମ୍ଭ କରିବେ ୧୮ରୁ ୪୪ ବର୍ଷର ଟିକାକରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/Naba-Kishore-Das.jpg)