କନକ ବ୍ୟୁରୋ : ବୁର୍ଲା ଭିମସାରରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ । କୋଭିଡ ସ୍ଥିତିର ସମୀକ୍ଷା ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । କହିଲେ ନବନିର୍ମିତ ମେଡିସିନ ୱାର୍ଡରେ ୧୦ ଦିନ ଭିତରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ନିର୍ମାଣ ହେବ । ୩୦୦ କୋଭିଡ ବେଡ୍, ୫୦ଟି ଆଇସିିୟୁ, ଅକ୍ସିଜେନ ବ୍ୟବସ୍ଥା ହେବ । ନୂଆ ପୁରୁଣା ମେଡ଼ିକାଲ ମିିଶି ମୋଟ ୫୦୦ ବେଡର ବ୍ୟବସ୍ଥା କରାଯିବ । କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ସେହିପରି କରୋନା ସଂକ୍ରମିତଙ୍କ ପାଇଁ ମେଡିସିନ ମହଜୁଦ ଅଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ୩ଟି ଜିଲ୍ଲା ଝାରସୁଗୁଡା, ବରଗଡ଼, ସମ୍ବଲପୁରରେ କୋଭିଡ ସ୍ଥିତି ସମୀକ୍ଷା କରାଯାଇଛି ।