ସିଲ କରିଥିଲା ଓଡ଼ିଶା, ଖୋଲି ଦେଲା ଆନ୍ଧ୍ର : ବନ୍ଦ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ପାଠ ପଢ଼ାଉଛି ଆନ୍ଧ୍ର ପ୍ରଶାସନ

ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ଦେଖାନଥିବା ଅଭିଯୋଗ

100

କନକ ବ୍ୟୁରୋ : ଓଡ଼ିଶାରେ ପୁଣି ଦାଦାଗିରି ଦେଖାଇଲା ଆନ୍ଧ୍ର ପ୍ରଦେଶ । ସୋମବାର ଦିନ ସିଲ ହୋଇଥିବା ଅଙ୍ଗନବାଡି କେନ୍ଦ୍ରକୁ ଖୋଲି ପିଲାଙ୍କୁ ପାଠ ପଢାଇବା ସହ ଅଣ୍ଡା ବାଂଟିଲେ ଆନ୍ଧ୍ର ଅଧିକାରୀ । ଏପରିକି ଅଙ୍ଗନାବାଡି କେନ୍ଦ୍ର ସିଲ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛି ଆନ୍ଧ୍ର । ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡଃ ଆପାଲା ରାଜୁ ଶତାଧିକ ଲୋକଙ୍କୁ ନେଇ ସେଠାରେ ବୈଠକ କରିବା ସହ ଆନ୍ଧ୍ରର ବିଭିନ୍ନ ଉନ୍ନୟନମୂଳକ ପ୍ରଳ୍ପପର ସମୀକ୍ଷା କରିଛନ୍ତି । ଏପଟେ ଓଡ଼ିଶାର କୌଣସି ଅଧିକାରୀଙ୍କ ଦେଖାନଥିବା ବେଳେ ଓଡ଼ିଶାର କିଛି ଅଧିକାରୀ ଓ ଜନପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିଛି ଆନ୍ଧ୍ର ପୋଲିସ ।