ଆଜିଠୁ ସ୍କୁଲ ଆସି ପାଠ ପଢ଼ିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ : ୯ଟା ୩୦ ରୁ ଦିନ ୧ଟା ପର୍ଯ୍ୟନ୍ତ ହେବ ପାଠପଢ଼ା

ଅଫଲାଇନ ସହ ଅନଲାଇନରେ ବି ଜାରି ରହିବ ଶିକ୍ଷାଦାନ

78

କନକ ବ୍ୟୁରୋ : ଆଜିଠାରୁ ସ୍କୁଲ ଆସି ସିଧାସଳଖ ଶ୍ରେଣୀ ଗୃହରେ ପାଠ ପଢ଼ିବେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ । କୋଭଡି ଗାଇଡଲାଇନକୁ ମାନି ଶ୍ରେଣୀଗୃହରେ ଚାଲିବ ଶିକ୍ଷାଦାନ । ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପାଠ ପଢ଼ା ହେବ । ତେବେ ଅଫଲାଇନ ସହ ଅନଲାଇନରେ ବି ପାଠପଢ଼ା ଜାରି ରହିବ । କାହାକୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯିବ ନାହିଁ । ସ୍କୁଲରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତକୁ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି ।

ଦୀର୍ଘ ୨୦ ମାସ ପରେ ଖୋଲୁଥିବାରୁ ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ବେଶ୍ ଉତ୍ସାହ ରହିଛି । କରୋନା ସଂକ୍ରମଣ ଟିକେ କମିବା ପରେ ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢ଼ାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ପୂର୍ବରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଗତମାସରେ ଅଷ୍ଟମ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଥିଲା । ସେହିପରି ଆଜିଠାରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ମଧ୍ୟ ଆରମ୍ଭ ହେବ ।

ସେହିପରି ପିଜି ପ୍ରଥମ ବର୍ଷ ପାଠପଢା ମଧ୍ୟ ଆରମ୍ଭ ହେବ। ୟୁଜିର ଦ୍ଵିତୀୟ ଓ ତୃତୀୟ ବର୍ଷ ପାଠ ପଢ଼ା ଚାଲିଥିଲା, ୟୁଜି ପ୍ରଥମ ବର୍ଷ ପାଠପଢ଼ା ନଭେମ୍ବର ଏକ ତାରିଖରୁ ଆରମ୍ଭ ହୋଇଛି । ପିଜି ଦ୍ଵିତୀୟ ବର୍ଷ ପାଠପଢ଼ା ଚାଲିଥିବା ବେଳେ ସୋମବାର ଠାରୁ ପ୍ରଥମ ବର୍ଷ ଖୋଲିବାକୁ ଯାଉଛି । ସରକାରଙ୍କ ସମସ୍ତ ଗାଇଡ଼ଲାଇନ ଓ କରୋନା ନିୟମାବଳୀ ଆଧାରରେ ପାଠପଢା ହେବ ।