ଆଜି ଆରମ୍ଭ ହେବ ରାଜ୍ୟ ସରକାରଙ୍କ ସ୍ମାର୍ଟ କ୍ଲାସ ଯୋଜନା : ପାଇଲଟ ପ୍ରକଳ୍ପ ଭାବେ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

354

କନକ ବ୍ୟୁରୋ : ଆଜି ଆରମ୍ଭ ହେବ ରାଜ୍ୟ ସରକାରଙ୍କ ସ୍ମାର୍ଟ କ୍ଲାସ ଯୋଜନା । ପାଇଲଟ ପ୍ରକଳ୍ପ ଭାବେ ଗଞ୍ଜାମ ଜିଲ୍ଲାରୁ ଏହା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିବେ । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ରାଜ୍ୟରେ ସରକାରୀ ସ୍କୁଲଗୁଡିକ ଆଧୁନିକୀକରଣ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ । ଏହାପରେ ସ୍କୁଲ ପିଚ୍ଛା ପାଖାପାଖି ୪୫ ଲକ୍ଷ ଟଙ୍କା ଖର୍ଚ କରି ଏହି ସ୍ମାର୍ଟ ସ୍କୁଲ ପ୍ରସ୍ତୁତ କରାଯାଇଛି ।

ପାଇଲଟ ପ୍ରକଳ୍ପ ଭାବେ ଗଞ୍ଜାମ ଜିଲ୍ଲାର ଶେରଗଡ ଓ ହିଞ୍ଜିଳିକାଟୁରେ କିଛି ସ୍କୁଲକୁ ପ୍ରସ୍ତୁତ କରାଯାଇଛି । ଏହି ମଡେଲ ସ୍କୁଲକୁ ଆଗାମୀ ଦିନରେ ଶହେ ବିଧାୟକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସ୍ମାର୍ଟ ଯୋଜନାରେ ସରକାରୀ ସ୍କୁଲଗୁଡିକରେ ମଡେଲ ଲାଇବ୍ରେରୀ ସହ ଡିଜିଟାଲ କ୍ଲାସ ରୁମର ବ୍ୟବସ୍ଥା ହୋଇଛି । ହାଇଜେନିକ ଟଏଲଟ ସାଙ୍ଗକୁ ଆକର୍ଷଣୀୟ ଖେଳପଡିଆ ରହିଛି । ଗତ ସୋମବାରଦିନ ୫-ଟି ସଚିବ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍କୁଲଗୁଡିକ ଦେଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ କରି ସ୍ମାର୍ଟ କ୍ଲାସ ଦେଖାଇଥିଲେ ।