ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

383

କନକ ବ୍ୟୁରୋ : ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନୂଆବର୍ଷ ପରେ ପ୍ରଥମରୁ ପଂଚମ କ୍ଲାସ ପାଠ ପଢା ନେଇ ଆଶାବାଦୀ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଷଷ୍ଠରୁ ସପ୍ତମ କ୍ଲାସ ଖୋଲିବ । ପ୍ରଥମ ଶ୍ରେଣୀ ପିଲା କରୋନା ଗାଇଡଲାଇନ୍ ସଂପର୍କରେ ଜାଣିପାରିବେ ନାହିଁ ।

ଫଳରେ ତାଙ୍କର କ୍ଲାସ ଖୋଲିବା ନେଇ ବିଚାର ବିମର୍ଶ ହେବ । ଏହା ସହ ନଭେମ୍ବର ଭିତରେ ୧୬ ହଜାର ଶିକ୍ଷକ ନିଯୁକ୍ତି ସରିବ । ଶିକ୍ଷକ ଅଭାବ ସମସ୍ୟା ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଦରବୃଦ୍ଧି ପାଇଁ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହେଉଥିବା ସ୍ୱୀକାର କରିଛନ୍ତି ମନ୍ତ୍ରୀ । ଏହା ଜାତୀୟ ପଲିସି ହୋଇଥିବାରୁ ଓଡ଼ିଶା ସହ ବିଭିନ୍ନ ରାଜ୍ୟ କେନ୍ଦ୍ରକୁ ଅବଗତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲାଣି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପିଲାମାନଙ୍କ ପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । ଅନ୍ୟ ଶ୍ରେଣୀଗୁଡ଼ିକ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ ।