କନକ ବ୍ୟୁରୋ : ବିଦ୍ୟାଦାତ୍ରୀଙ୍କ ପୂଜାର୍ଚ୍ଚନା ପରେ ଖୋଲିବ ଶିକ୍ଷାନୁଷ୍ଠାନ । ସୋମବାରଠୁ ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ଘୋଷଣା କରିଛନ୍ତି । ଅଷ୍ଟମରୁ ଉପରକୁ ସବୁ ଶ୍ରେଣୀ ଖୋଲିବ । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଣିଶକ୍ଷା ବିଭାଗ ତରଫରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

Advertisment

କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ହାଇକୋର୍ଟ ସରକାରଙ୍କ ନିଷ୍ପତି ନେବା ପୂର୍ବଦିନ ଦୁଇ ମାସ ମଧ୍ୟରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସ୍କୁଲ ସହ ସମସ୍ତ ହଷ୍ଟେଲ ବି ଖୋଲିବ ବୋଲି ସରକାର କହିଛନ୍ତି । ଓମିକ୍ରନ ସଂକ୍ରମଣ ବଢିବା ପରେ ଜାନୁଆରୀରେ ସ୍କୁଲ ଓ କଲେଜକୁ ବନ୍ଦ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର । ବଡ କଥା ହେଲା ଦୁଇ ବର୍ଷ ହେଲା ବନ୍ଦ ଥିବା ପ୍ରଥମରୁ ପଂଚମ ଯାଏଁ ସ୍କୁଲ ଖୋଲିବାକୁ ମଧ୍ୟ ସରକାର ନିଷ୍ପତି ନେଇଛନ୍ତି ।

ଫେବୃଆରୀ ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ଖୋଲିବ ସ୍କୁଲ । ପ୍ରଥମଠାରୁ ନବମ ଶ୍ରେଣୀ ଯାଏ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଏହି ପରୀକ୍ଷା କ୍ଲାସରୁମ ଆସେସମେଂଟ ଆଧାରରେ କରାଯିବ । ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିଷ୍ପତି ବୋର୍ଡ ଓ ପରିଷଦ ନେବେ । ପାଠପଢାରେ ହୋଇଥିବା କ୍ଷତିକୁ ଭରଣା ପାଇଁ ଅତିରିକ୍ତ ଶ୍ରେଣୀ ହେବ । ଆବଶ୍ୟକ ପଡିଲେ ଖରାଛୁଟି ଅବଧି କମାଇ ପାଠ ପଢାଯିବ ।