କନକ ବ୍ୟୁରୋ : ଭୁବନେଶ୍ୱର ଆରଟିଓ ୨ ଅଫିସ ବନ୍ଦ ।  କରୋନା ସଂକ୍ରମଣ ଆଶଙ୍କାରେ ସୋମବାର ଯାଏ ଆରଟିଓ ୨ ଅଫିସକୁ ବନ୍ଦ କରାଗଲା  । ଆରଟିଓ ୧ର କର୍ମଚାରୀ ଆକ୍ରାନ୍ତ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି । ଆରଟିଓ ୧ର ଆକ୍ରାନ୍ତ କର୍ମଚାରୀ ଆରଟିଓ ୨ର କର୍ମଚାରୀଙ୍କ ମିଶି କାମ କରିଥିଲେ । ସେଥିପାଇଁ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଆଜି ଅଫିସକୁ ବନ୍ଦ କରାଯାଇଛି । ଗତକାଲି ଆରଟିଓ ୧ ଅଫିସର ୪ ଜଣ କର୍ମଚାରୀ କରୋନା ପଜିଟିଭ ବାହାରିବା ପରେ ଅଫିସକୁ ସିଲ କରାଯାଇଥିଲା ।