କନକ ବ୍ୟୁରୋ : ବଲାଙ୍ଗୀର ରାଜପରିବାରରେ ବିରୋଧରେ ଚାଲିଥିବା ହିଂସା ମାମଲା ନୂଆ ମୋଡ଼ ନେଇଛି । ଡେରାଡୁନର ଅର୍କେଶ ନାରାୟଣ ସିଂହଦେଓଙ୍କ ଘରେ କାମ କରୁଥିବା ମହିଳା ସହାୟିକା, ରବିତା ଝା ଅଦ୍ରିଜା ଓ ତାଙ୍କ ପିତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଏନେଇ କୋର୍ଟଙ୍କ ଆଦେଶ ପରେ ଅଦ୍ରିଜାଙ୍କ ବାପା, ଅଦ୍ରିଜା ଓ ତାଙ୍କ ଭଉଣୀଙ୍କ ବିରୋଧରେ ଏସସି-ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି । ଏହା ସହିତ ଅର୍କେଶ ମଧ୍ୟ ଶ୍ୱଶୂର ଘର ଲୋକଙ୍କ ବିରୋଧରେ ପୈତୃକ ସମ୍ପତି ହଡପ ନେଇ ଅଭିଯୋଗ ଆଣିଛନ୍ତି । ସେହିଭଳି ଅର୍କେଶଙ୍କ ଘରୋଇ ସହାୟିକା ରବିତା ଝା’ ମଧ୍ୟ ଅଦ୍ରିଜା, ତାଙ୍କ ବାପା ଓ ଭଉଣୀଙ୍କ ବିରୋଧରେ ଏସସି ଏସଟି ଧାରା ଅନୁସାରେ ଅଭିଯୋଗ ଆଣିଛନ୍ତି ।
ସେ ୫ ବର୍ଷ ହେଲା ଅର୍କେଶଙ୍କ ଘରେ କାମ କରୁଛନ୍ତି । ହେଲେ ଅଦ୍ରିଜାଙ୍କ ବିବାଦ ଯେବେଠାରୁ ଆରମ୍ଭ ହୋଇଛି ସେବେଠାରୁ ସେମାନେ ତାଙ୍କୁ ଗାଳି ଗୁଲଜ କରୁଛନ୍ତି । ଏହା ସହିତ ତାଙ୍କ ଜାତିକୁ ଆକ୍ଷେପ କରି ବିଭିନ୍ନ ପ୍ରକାରର କଥା କହୁଥିବା ଅଭିଯୋଗ କରିଛନ୍ତି ରବିତା । ଏନେଇ ସେ ମେ ମାସ ୯ରେ ବାବତ ରାଜପୁର ଥାନାରେ ଅଭିଯୋଗ କରିଥିଲେ । ତେବେ କୋର୍ଟଙ୍କ ଆଦେଶ ପରେ ଅଦ୍ରିଜାଙ୍କ ବାପା, ଅଦ୍ରିଜା, ଭଉଣୀ ଓ ତାଙ୍କ ଡ୍ରାଇଭରଙ୍କ ବିରୋଧରେ ଏସସି ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/17-37.jpg)