କନକ ବ୍ୟୁରୋ : ସେକ୍ ସମୀରୁଦ୍ଧିନ ଓରଫ ଟାକଲୁ ରାଜା
ବୟସ: ୩୮
ଘର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଝାଡେଶ୍ୱରପୁର ଗାଁ
ପେଶା: ୨୦୦୯ରେ ରିକ୍ସା ଚାଳକ ପରେ ବ୍ରାଉନ ସୁଗାର ବେପାରୀ
ସମ୍ପତ୍ତି: ୨୦୨୧ ବେଳକୁ ୨ ଶହ କୋଟିରୁ ଅଧିକ

Advertisment

ସେକ୍ ସମିରୁଦ୍ଦିନ ଓରଫ ଟାକଲୁ ରାଜା ୨୦୦୯ ମସିହାରେ ପ୍ରଥମେ ଛୋଟମୋଟ ବ୍ରାଉନସୁଗାର ବେପାର ଆରମ୍ଭ କରିଥିଲା । ହେଲେ ନିଜର ବୁଦ୍ଧି ବଳରେ ମାତ୍ର ଦୁଇ ତିନି ବର୍ଷ ମଧ୍ୟରେ ଟାକୁଲ ସାରା ଓଡିଶାରେ ତାର ବ୍ରାଉନ ସୁଗାର ବେପାରର ନେଟୱାର୍କ ବିଛାଇ ଦେଇଥିଲା । ମୁର୍ସିଦାବାଦରେ ରହି ପୂର୍ବ ଭାରତରେ ବ୍ରାଉନ ସୁଗାର ବେପାର ଚଳାଇଥିବା ସାବିର ଖାନର ନିକଟତର ହେଲା ଟାକଲୁ ରାଜା । ଆଉ ସାବିର ସହ ରହିବା ପରେ ଟାକଲୁର ଭାଗ୍ୟ ବଦଳିଗଲା । ଶହ ଶହ କୋଟି ଟଙ୍କାର କାରବାର କରିବା ପରେ ତାର ଜୀବନଶୈଳୀ, ତାର ଘର ଏବଂ ଦାମିକିଆ କାର ପୁଲିସ ନଜରକୁ ଆସିଗଲା । ଏବଂ ଧୀରେ ଧୀରେ ତା ଉପରେ ସନ୍ଦେହ ବଢିଲା ।

ପୁଲିସ ସ୍କାନରକୁ ଆସିଗଲା ପରେ ଧୀରେ ଧୀରେ ପୁଲିସର ଜାଲରେ ଫସିବାକୁ ଲାଗିଲା । ଯେଉଁଠି ସେ ବେପାର କରେ ସେହି ସ୍ଥାନ ଓ ବ୍ୟକ୍ତିମାନଙ୍କୁ ନିଜ କବଜାକୁ ନେଇ ପୁଲିସ ପୂରା ଘଟଣା ଜାଣିପାରିଲା । ପୁଲିସ ଘଟଣାକୁ ଜାଣିପାରିବା କଥା ଟାକଲୁ ମଧ୍ୟ ଖବର ପାଇଗଲା । ସେ ପୋଲିସ ଓ ଏସଟିଏଫକୁ ଚକମା ଦେଖାଇ ଏ ସହରରୁ ସେ ସହର ଘୁରି ବୁଲିଲା । ଶେଷରେ ତାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ କ୍ରାଇମବ୍ରାଞ୍ଜ ତଦନ୍ତ ଆରମ୍ଭ କରିବା ପରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କଲା । ଜାମିନ ଆବେଦନ ଅଗ୍ରାହ୍ୟ ହେବା ସହ ହାଇକୋର୍ଟଙ୍କ ଆଦେଶ ବଳରେ ଟାକଲୁ ଗତ ଏପ୍ରିଲରେ ବାଲେଶ୍ୱର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲା ।

ଆତ୍ମ ସମର୍ପଣ ପରେ ଟାକଲୁକୁ ରିମାଣ୍ଡରେ ନିଆଯିବା ପରେ କ୍ରାଇମବ୍ରାଞ୍ଜକୁ ତାର ସମ୍ପତ୍ତି ବିଷୟରେ ଯେଉଁ ତଥ୍ୟ ମିଳିଛି ତାହା ଦେଖି କ୍ରାଇମବ୍ରାଞ୍ଚର ଅଧିକାରୀ ମାନେ ଟେରା ହୋଇଯାଇଛନ୍ତି ।

ଟାକଲୁ ଓ ତାର ସମ୍ପର୍କୀୟଙ୍କ ନାମରେ ସେକବାଡ, ରାଜପୁର, ଝାଡେଶ୍ୱରପୁର, ପାଟଣା କାଦରାୟାଁ, ବସ୍ତା ମହଲା ବସ୍ତି, ଗୋଆ, ହାଇଦ୍ର୍ରାବାଦ ଦିଲ୍ଲୀ ଓ ମୁମ୍ବାଇର ଆଦି ସ୍ଥାନରେ ଟାକଲୁ ନାମରେ ବହୁତଳ ଅଟାଳିକା ସହ ମୂଲ୍ୟବାନ ଜମି ରହିଛି । ଏସବୁ ସମ୍ପତିକୁ ବାଜ୍ୟାପ୍ତି କରିବା ପାଇଁ କ୍ରାଇମବାଞ୍ଚ ଇଡି ସହ ଯୋଗାଯୋଗରେ ଥିବା ଜଣାପଡିଛି ।