ରଜରେ ଓଡିଶା ଫେରୁଛନ୍ତି ଓଡିଆ: ଆଜି ୟୁଏଇରୁ ସ୍ୱତନ୍ତ୍ର ବିମାନରେ ଫେରିବେ ୨୧୫ ପ୍ରବାସୀ; ଅପରାହ୍ଣରେ ଓଡିଶାରେ ପହଂଚିବା ସମ୍ଭାବନା

191

କନକ ବ୍ୟୁରୋ: ଓଡିଶା ଫେରୁଛନ୍ତି ପ୍ରବାସୀ ଓଡିଆ । କଲ୍ୟାଣ ଓଡିଆ ସେବା ସଂଘ ପକ୍ଷରୁ ୨୧ ଜଣ ପ୍ରବାସୀଙ୍କୁ ଟ୍ରେନରେ ଓଡିଶା ପଠାଯାଇଛି । ରଫିକ ନାଇକ୍ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରୁ ସମସ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ପରେ କୋଣାର୍କ ଏକ୍ସପ୍ରେସରେ ଟିକେଟ୍ କରି ସମସ୍ତଙ୍କୁ ଓଡିଶା ପଠାଯାଇଛି । ଷ୍ଟେସନରେ ଓଡିଆ ସେବା ସଂଘର କର୍ମକର୍ତା ଉପସ୍ଥିତ ରହି ପ୍ରବାସୀଙ୍କୁ ବିଦାୟ ଦେଇଥିଲେ ।

ସେପଟେ, ପ୍ରବାସୀଙ୍କୁ ଫୁଲ ଦେଇ ବିଦାୟ ଦେଲେ ସରପଂଚ । ସଙ୍ଗରୋଧ କେନ୍ଦ୍ରରୁ ଯିବା ବେଳେ ପ୍ରବାସୀଙ୍କ ଉପରେ ଫୁଲବର୍ଷା ବି କରାଯାଇଛି । କଳାହାଣ୍ଡି ଜିଲ୍ଲା କୋକସରାରେ ଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଧର୍ମଗଡ, ଗୋଳାମୁଣ୍ଡା ଓ ଜୟପାଟଣା ବ୍ଳକର ପ୍ରାୟ ୧୦୯ ଜଣ ଶ୍ରମିକ ରହୁଥିଲେ । ତେବେ ଶନିବାର ସେମାନେ ଘରକୁ ଫେରିଥିଲେ । ଯିବା ସମୟରେ ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଆତ୍ମୀୟଙ୍କ ସେବା ଓ ଯତ୍ନ ନେଇଥିବାରୁ ସରପଂଚ ଓ ସମସ୍ତ ପଂଚାୟତ କର୍ମଚାରୀଙ୍କୁ ପ୍ରବାସୀ ମାନେ କୃତଜ୍ଞତା ଜଣାଇଛନ୍ତି । ସରପଂଚ ମଧ୍ୟ ସେମାନଙ୍କୁ ସଚେତନ ରହିବାକୁ କହିବା ସହ ନିଜ ଭିଟାମାଟି ଛାଡି ବାହାର ରାଜ୍ୟକୁ ନଯିବାକୁ ପରାମର୍ଶ ଦେଇଥିଲେ ।