ପଶ୍ଚିମଓଡିଶା ଉପରେ ସାରା ରାଜ୍ୟର ନଜର । ବିଜେପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି ନବୀନ ପଟ୍ଟନାୟକ

Advertisment
ଆଗୁଆ ଦରମା ନୁହେଁ ଚିକିତ୍ସା ପାଇଁ ମାସ୍କ ଓ ଉପକରଣ ଆବଶ୍ୟକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭିମସାର ଡାକ୍ତର, କହିଲେ ଆଗୁଆ ଦରମା କରୋନା ମୁକାବିଲାରେ ଲାଗୁ

କନକ ବ୍ୟୁରୋ : ସରିଲା ନିର୍ବାଚନ । ଆଜି ଆସିବ ଫଳାଫଳ । କିଏ ଜିତିବ ଆଉ କିଏ ହାରିବ ତାହା ଉପରେ ରହିଛି ନଜର । ତେବେ ଏହାରି ମଧ୍ୟରେ ସମସ୍ତଙ୍କର ନଜର ରହିଛି ପଶ୍ଚିମ ଓଡିଶା ଉପରେ । କାରଣ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ବିଜେପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ହିଞ୍ଜିଳି ସହ ବିଜେପୁର ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ।

publive-imageଦୀର୍ଘ ୧୯ ବର୍ଷ ହେଲା ହିଞ୍ଜିଳିରୁ ନିର୍ବାଚନ ଲଢୁଥିବା ନବୀନ ଚଳିତ ନିର୍ବାଚନରେ ବିଜେପୁରରୁ ଲଢିବେ ବୋଲି ମନସ୍ଥିର କରିଥିଲେ । ତେବେ ସମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ କରାଯାଇ ଏକଜିଟ ପୋଲ ରିପୋର୍ଟ ଅନୁସାରେ, ବିଜେପୁର ଆସନରୁ ନବୀନ ପଟ୍ଟନାୟକ ବିଜୟୀ ହେବାର ସମ୍ଭାବନା ରହିଛି । ପୂର୍ବରୁ ବିଜେପୁରର ବିକାଶ ମୋ ଦାୟିତ୍ୱ କହିବା ସହ ନିଜ ନିର୍ବାଚନମଣ୍ଡଳୀ ଭାବରେ ବାଛିଥିଲେ ନବୀନ । ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟଗଣନା । ଧିରେ ଧିରେ କିଏ କେଉଁ ନିର୍ବାଚନମଣ୍ଡଳୀରେ ଆଗୁଆ ରହିବ ବା ବିଜୟୀ ହେବ ତାହା ଉପରେ ରହିବ ନଜର । ଯେହେତୁ ମୁଖ୍ୟମନ୍ତ୍ରୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ତେଣୁ ସାରା ରାଜ୍ୟର ଏହା ଉପରେ ରହିଛି ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe