ପଶ୍ଚିମଓଡିଶା ଉପରେ ସାରା ରାଜ୍ୟର ନଜର । ବିଜେପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି ନବୀନ ପଟ୍ଟନାୟକ
ସରିଲା ନିର୍ବାଚନ । ଆଜି ଆସିବ ଫଳାଫଳ
କନକ ବ୍ୟୁରୋ : ସରିଲା ନିର୍ବାଚନ । ଆଜି ଆସିବ ଫଳାଫଳ । କିଏ ଜିତିବ ଆଉ କିଏ ହାରିବ ତାହା ଉପରେ ରହିଛି ନଜର । ତେବେ ଏହାରି ମଧ୍ୟରେ ସମସ୍ତଙ୍କର ନଜର ରହିଛି ପଶ୍ଚିମ ଓଡିଶା ଉପରେ । କାରଣ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ବିଜେପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ହିଞ୍ଜିଳି ସହ ବିଜେପୁର ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୀର୍ଘ ୧୯ ବର୍ଷ ହେଲା ହିଞ୍ଜିଳିରୁ ନିର୍ବାଚନ ଲଢୁଥିବା ନବୀନ ଚଳିତ ନିର୍ବାଚନରେ ବିଜେପୁରରୁ ଲଢିବେ ବୋଲି ମନସ୍ଥିର କରିଥିଲେ । ତେବେ ସମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ କରାଯାଇ ଏକଜିଟ ପୋଲ ରିପୋର୍ଟ ଅନୁସାରେ, ବିଜେପୁର ଆସନରୁ ନବୀନ ପଟ୍ଟନାୟକ ବିଜୟୀ ହେବାର ସମ୍ଭାବନା ରହିଛି । ପୂର୍ବରୁ ବିଜେପୁରର ବିକାଶ ମୋ ଦାୟିତ୍ୱ କହିବା ସହ ନିଜ ନିର୍ବାଚନମଣ୍ଡଳୀ ଭାବରେ ବାଛିଥିଲେ ନବୀନ । ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟଗଣନା । ଧିରେ ଧିରେ କିଏ କେଉଁ ନିର୍ବାଚନମଣ୍ଡଳୀରେ ଆଗୁଆ ରହିବ ବା ବିଜୟୀ ହେବ ତାହା ଉପରେ ରହିବ ନଜର । ଯେହେତୁ ମୁଖ୍ୟମନ୍ତ୍ରୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ତେଣୁ ସାରା ରାଜ୍ୟର ଏହା ଉପରେ ରହିଛି ନଜର ।