କନକ ବ୍ୟୁରୋ : ସରିଲା ନିର୍ବାଚନ । ଆଜି ଆସିବ ଫଳାଫଳ । କିଏ ଜିତିବ ଆଉ କିଏ ହାରିବ ତାହା ଉପରେ ରହିଛି ନଜର । ତେବେ ଏହାରି ମଧ୍ୟରେ ସମସ୍ତଙ୍କର ନଜର ରହିଛି ପଶ୍ଚିମ ଓଡିଶା ଉପରେ । କାରଣ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ବିଜେପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ହିଞ୍ଜିଳି ସହ ବିଜେପୁର ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ।
ଦୀର୍ଘ ୧୯ ବର୍ଷ ହେଲା ହିଞ୍ଜିଳିରୁ ନିର୍ବାଚନ ଲଢୁଥିବା ନବୀନ ଚଳିତ ନିର୍ବାଚନରେ ବିଜେପୁରରୁ ଲଢିବେ ବୋଲି ମନସ୍ଥିର କରିଥିଲେ । ତେବେ ସମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ କରାଯାଇ ଏକଜିଟ ପୋଲ ରିପୋର୍ଟ ଅନୁସାରେ, ବିଜେପୁର ଆସନରୁ ନବୀନ ପଟ୍ଟନାୟକ ବିଜୟୀ ହେବାର ସମ୍ଭାବନା ରହିଛି । ପୂର୍ବରୁ ବିଜେପୁରର ବିକାଶ ମୋ ଦାୟିତ୍ୱ କହିବା ସହ ନିଜ ନିର୍ବାଚନମଣ୍ଡଳୀ ଭାବରେ ବାଛିଥିଲେ ନବୀନ । ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟଗଣନା । ଧିରେ ଧିରେ କିଏ କେଉଁ ନିର୍ବାଚନମଣ୍ଡଳୀରେ ଆଗୁଆ ରହିବ ବା ବିଜୟୀ ହେବ ତାହା ଉପରେ ରହିବ ନଜର । ଯେହେତୁ ମୁଖ୍ୟମନ୍ତ୍ରୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ତେଣୁ ସାରା ରାଜ୍ୟର ଏହା ଉପରେ ରହିଛି ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/dc-Cover-2gsnnbd1u20kn66ge9kdurlk67-20190402023843.Medi_.jpeg)