ରାଜ୍ୟ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଲା ସାଧାରଣତନ୍ତ୍ର ଦିବସ

94

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିିଧାନ ପ୍ରଣୟନ କରାଯାଇଥିଲା । ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି । ତେବେ ଏହି ଅବସରରେ ଦେଶ ସହ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଯାଇଛି ସ୍ୱାଧାରଣତନ୍ତ୍ର ଦିବସ । ରାଜ୍ୟରେ ସମସ୍ତ ଜିଲ୍ଲାରେ କୋଭିଡ୍ କଟକଣା ସହ ପାଳିତ ହୋଇଯାଇଛି ୭୨ ତମ ସ୍ୱାଧାରଣତନ୍ତ୍ର ଦିବସ ।

ଦେବଗଡସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆଜି ୭୨ ତମ ସାଧାରଣତନ୍ତ୍ର ଦିବସ ନିଡାମ୍ବର ଭାବେ ପାଳିତ ହୋଇଯାଇଛି । ଆଜିର ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଜିଲା୍ଲପାଳ ଶ୍ରୀ ସାମଲ ଦେବଗଡର ପ୍ରତ୍ୟେକ ପରିବାରକୁ କିପରି ସ୍ୱାବଲମ୍ବୀ କରାଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିବା ସହ ଜିଲ୍ଲାର ପ୍ରଗତିରେ ସାଧାରଣ ଜନତା ସହଭାଗୀତା ପାଇଁ ଆହ୍ୱାନ ଦେଇଥିଲେ ।

ସେହିଭଳି ଯାଜପୁର ଜିଲ୍ଲା ସ୍ତରୀୟ ୭୨ ସାଧାରଣତନ୍ତ୍ର ଦିବସ ଜିଲ୍ଲା ସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସହରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ହୁଇଲ ଚେୟାର, ଶ୍ରବଣ ଯନ୍ତ୍ର ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସଂପର୍କରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।

ସେହିଭଳି ୭୨ତମ ସାଧାରଣ ତନ୍ତ୍ର ଦିବସ କଟକରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ ଯୋଗ ଦେଇଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅବସରରେ ପତାକା ଉତ୍ତୋଳନ କରିବା ସହ ସାଧରଣତନ୍ତ୍ର ଦିବସ ଉପଲକ୍ଷେ ଉଦବୋଧନ ଦେଇଥିଲେ । ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ ।

ଅନ୍ୟପଟେ, କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ମୂଖ୍ୟ ଅତିଥି ଭାବେ ଆଳି ବିଧାୟକ ପ୍ରତାପ ଦେବ ମହାତ୍ମା ଗାନ୍ଧୀ ମୂର୍ତ୍ତି ଉନ୍ମୋଚିତ କରିଥିଲେ । ତେବେ ଏହି ଉତ୍ସବରେ ବିଧାୟକଙ୍କ ସହ ପଞ୍ଚାୟତ ସମିତି ଅଧକ୍ଷା ଝରଣା ଦାସ ଓ ବିଡିଓ ମଧ୍ୟ ଉପସ୍ଥିତ ଥିଲେ ।