ରାଜ୍ୟରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ : ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ୫୨ ଆକ୍ରାନ୍ତଙ୍କ ମୃତ୍ୟୁ; ସେପଟେ ୨୪ ଘଂଟାରେ ୨୮୦୩ ଆକ୍ରାନ୍ତ ଚିହ୍ନଟ

204

କନକ ବ୍ୟୁରୋ : ରାଜ୍ୟରେ କରୋନା ମୃତ୍ୟୁର ଅଲୋଡା ରେକର୍ଡ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ୫୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୨୪୮କୁ ବୃଦ୍ଧି ପାଇଛି । ସେପଟେ ୨୪ ଘଂଟାରେ ୨୮୦୩ ଆକ୍ରାନ୍ତ ଚିହ୍ନଟ ହୋଇଛି । ସଂଗରୋଧରୁ ୧୫୯୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୨୦୬ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ଜଣ ଥିବା ବେଳେ କଟକରୁ ୪୪୧, ମୟୂରଭଂଜରୁ ୧୯୧, ବାଲେଶ୍ୱରରୁ ୧୫୫, ପୁରୀରୁ ୧୫୪, ଯାଜପୁରରୁ ୧୫୩, କେନ୍ଦ୍ରାପଡ଼ାରୁ ୧୧୯, ଜଗତସିଂହପୁରରୁ ୧୧୭, ନୟାଗଡ଼ରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୦ ହଜାର ୭୭୮ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୨୯ ହଜାର ୬୨୦ଜଣ । ୭୪ ହଜାର ୭୪୦ ନମୁନା ପରୀକ୍ଷା ହୋଇଥିବା ବେଳେ କମିଛି ପଜିଟିଭ ହାର । ୩ ଦଶମିକ ୭୫ ପ୍ରତିଶତ ରହିଛି ପଜିଟିଭ ହାର ।