ରାଜ୍ୟରେ ୨୪ଘଂଟା ଭିତରେ ୮୬୮୧ ନୂଆ ସଂକ୍ରମିତ ଚିହ୍ନଟ, ୧୪ ମୃତ : ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ଜଣ ସଂକ୍ରମିତ 

239

କନକ ବ୍ୟୁରୋ : ଗତ ୨୪ ଘଂଟା ଭିତରେ ୮୬୮୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨ଟି ଜିଲ୍ଲାରେ ସଂକ୍ରମଣର ହାର ପାଖାପାଖି ୩ଅଙ୍କ ଉପରେ ରହିଛି । ୪ଟି ଜିଲ୍ଲାରେ ୫୦ ଉପରେ ରହିଛି ସଂକ୍ରମଣ ।

ଗତ ୨୪ଘଂଟା ଭିତରେ ୪୫ହଜାର ୪୫୨ ଟେଷ୍ଟିଂ ହୋଇଥିବା ବେଳେ ଏଥିରୁ ୮୬୮୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ପଜିଟିଭିଟି ରେଟ ୧୯ ପ୍ରତିଶତ ରହିଛି । ଏମାନଙ୍କ ଭିତରୁ ୪୯୪୮ଜଣ ସଂଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୪୪ହଜାର ୧୯୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩,୮୦,୪୦୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧ହଜାର ୬୯୮ରହିଛି । ସେହିପରି ରାଜ୍ୟରେ ଗତ ୨୪ଘଂଟା ଭିତରେ ୧୪ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ହଜାର ୪୩କୁ ବୃଦ୍ଧି ପାଇଛି ।