କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣରେ ଲାଗିଲା ବେକ୍ର । ଲଗାତର ଭାବେ ଦ୍ୱିତୀୟ ଦିନରେ କ୍ରମାଗତ ହଜାରେ ତଳେ ରହିଛି ସଂକ୍ରମଣ । ୨୪ ଘଂଟାରେ ରାଜ୍ୟରେ ଚିହ୍ନଟ ହୋଇଛି ୯୨୫ ଆକ୍ରାନ୍ତ । ଶୂନରୁ ୧୮ ବର୍ଷ ମଧ୍ୟରେ ୨୦୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୫୪୨ ଏବଂ ସ୍ଥାନୀୟ ସଂକ୍ରମଣ ୩୮୩ ରହିଛି ।

Advertisment

ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୯, ସୁନ୍ଦରଗଡରୁ ୮୮, କଟକରୁ ୫୨, ଅନୁଗୁଳରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛି । ବର୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୧୦ ହଜାର ୨୭୧ । ସେପଟେ ରାଜ୍ୟରେ ୨୪ ଘଂଟାରୁ ଆଉ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରରୁ ସର୍ବାଧିକ ୬, ଖୋର୍ଦ୍ଧାରୁ ୫, ଢେଙ୍କାନାଳ ଓ କଟକ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୯୨୬କୁ ବୃଦ୍ଧି ହୋଇଛି ।