ବଢିଲା ଟେଷ୍ଟିଂ, କମିଲା ସଂକ୍ରମଣ : ୨୪ ଘଂଟାରେ ୮୮୩୯ ପଜିଟିଭ ଚିହ୍ନଟ; ଚିନ୍ତା ବଢାଉଛି ଖୋର୍ଦ୍ଧା ଓ କଟକ

241

କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୮୮୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୯୪୮ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩୮୯୧ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଂଜରୁ ୫୮୩, ଢ଼େଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩, ପୁରୀରୁ ୪୩୮, ଅନୁଗୁଳରୁ ୪୧୪, ଭଦ୍ରକରୁ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ଚିନ୍ତା ବଢ଼ାଉଛନ୍ତିି ଖୋର୍ଦ୍ଧା, କଟକ, ମୟୂରଭଂଜ, ଢ଼େଙ୍କାନାଳ, ଯାଜପୁର ଜିଲ୍ଲା । ଏଠି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ୭ଲକ୍ଷ ୯୦ ହଜାର ୯୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭ଲକ୍ଷ ୨ ହଜାର ୬୨୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ବି କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ଅଛନ୍ତି ୮୫ ହଜାର ୪୨୩ ଜଣ । ରାଜ୍ୟରେ ସର୍ବାଧିକ ୭୦ ହଜାର ୧୭୮ ନମୁନା ପରୀକ୍ଷଣ ହୋଇଛି । ଜୁନମାସର ପ୍ରଥମ ୩ ଦିନରେ ୨୫ ହଜାର ୯୭୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ ।