୨୪ ଘଂଟାରେ ସାମାନ୍ୟ ବଢ଼ିଲା ପଜିଟିଭ ହାର : ରାଜ୍ୟରେ ପୁଣି ୮୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

144

କନକ ବ୍ୟୁରୋ : ରାଜ୍ୟରେ ସାମାନ୍ୟ ବଢ଼ିଲା ପଜିଟିଭ ହାର । ରାଜ୍ୟରେ ପୁଣି ୮ ହଜାର ୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪ ହଜାର ୮୯୨ ଜଣ ଥିବା ବେଳେ ସ୍ଥାନୀୟ ସଂଗରୋଧରୁ ୩ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୪୫୬ଜଣ, ବାଲେଶ୍ୱରରୁ ୫୬୬ଜଣ, ବରଗଡ଼ରୁ ୧୯୩ ଜଣ, ଭଦ୍ରକରୁ ୧୪୭ଜଣ, ବଲାଙ୍ଗୀରରୁ ୪୯ ଜଣ, ବୌଦ୍ଧରୁ ୧୩୭ଜଣ, କଟକରୁ ୬୭୩ଜଣ, ଦେବଗଡ଼ରୁ ୬୩ ଜଣ, ଢେଙ୍କାନାଳରୁ ୫୦୩ଜଣ, ଗଜପତିରୁ ୮୦ ଜଣ, ଗଞ୍ଜାମରୁ ୧୪୬ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଜଗତସିଂହପୁରରୁ ୩୮୨ ଜଣ, ଯାଜପୁରରୁ ୫୦୭ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କଳାହାଣ୍ଡିରୁ ୧୭୭ ଜଣ, କନ୍ଧମାଳରୁ ୬୫ ଜଣ, କେନ୍ଦ୍ରାପଡ଼ାରୁ ୩୮୭ଜଣ, କେଉଁଝରରୁ ୧୭୯ଜଣ, ଖୋର୍ଦ୍ଧାରୁ ୧୨୨୨ ଜଣ, କୋରାପୁଟରୁ ୨୫୫ ଜଣ, ମାଲକାନଗିରିରୁ ୯୬ଜଣ, ମୟୁରଭଞ୍ଜରୁ ୩୪୨ ଜଣ, ନବରଙ୍ଗପୁରରୁ ୨୬୪ ଜଣ, ନୟାଗଡ଼ରୁ ୨୮୫ଜଣ, ନୂଆପଡ଼ାରୁ ୪୦ ଜଣ, ପୁରୀରୁ ୪୬୭ ଜଣ, ରାୟଗଡ଼ାରୁ ୯୦ ଜଣ, ସମ୍ୱଲପୁରରୁ ୧୭୭ଜଣ, ସୋନପୁରରୁ ୧୫୬, ସୁନ୍ଦରଗଡ଼ରୁ ୨୪୪ ଓ ଷ୍ଟେଟ ପୁଲରୁ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ୭ଲକ୍ଷ ୭୩ ହଜାର ୭୩୨ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୬ଲକ୍ଷ ୮୦ ହଜାର ୯୩୨ଜଣ । ଏବେବି ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୮୯ ହଜାର ୯୫୬ଜଣ । ଗତକାଲି ୬୨ ହଜାର ୨୯୩ ନମୁନା ପରୀକ୍ଷା ହୋଇଛି । ପଜିଟିଭ ହାର ୧୪ ଦଶମିକ ୦୨ ପ୍ରତିଶତ ରହିଛି ।