କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୮୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୭୪୧ ମାମଲା ଆସିଥିବାବେଳେ ସ୍ଥାନୀୟ ସଂକ୍ରମଣ ୩୬୫୮ ରହିଛି । ମୋଟ ଟେଷ୍ଟିଂ ହୋଇଛି ୬୬୬୮୩ । ପଜିଟିଭ ହାର ରହିଛି ୧୨.୫୯ । ଗତକାଲି ଏହା ୧୪.୦୨ ଥିଲା । ଖୋର୍ଦ୍ଧାରେ ସର୍ବାଧିକ ୧୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେବଗଡ, ଗଞ୍ଜାମ, ଗଜପତି, କନ୍ଧମାଳ ଓ ନୂଆପଡାରେ ସଂକ୍ରମଣ ୧୦୦ ତଳେ ରହିଛି ।
ଅନୁଗୁଳ ଓ ସୁନ୍ଦରଗଡରେ ସଂକ୍ରମଣ ୪୦୦ ଉପରେ ଥିବାବେଳେ ନବରଙ୍ଗପୁର, ନୟାଗଡ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱରରେ ୨୦୦ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରେ ସଂକ୍ରମଣ ୭୦୦ ଉପରେ ଅଛି । ସଂକ୍ରମଣ କମୁଥିଲେ ବି ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ମୃତ୍ୟୁରେ ଅଲୋଡା ରେକର୍ଡ କରିଛି ରାଜ୍ୟ । ମହାମାରୀରେ ୪୦ ଜଣ ପ୍ରାଣ ହରାଇଛନ୍ତି । ଜୁନ୍ ମାସ ପ୍ରଥମ ୨ ଦିନରେ ୧୭ ହଜାର ୧୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୭ ଜଣଙ୍କ ଜୀବନ ଯାଇଛି । ମେ ମାସରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ।