ରାଜ୍ୟରେ ଆଉ ୧୦୫ ପିଲାଙ୍କୁ କରୋନା : ୨୪ଘଂଟାରେ ୭୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ୬୮ ମୃତ

୭୧ ହଜାର ୧୩୭ ନମୁନା ପରୀକ୍ଷା, ପଜିଟିଭ ହାର ୧.୦୯ %

176

କନକ ବ୍ୟୁରୋ : ଆଜି ପୁଣି ୧୦୫ ଜଣ ପିଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ଘଂଟାରେ ୭୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩୨୫ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଓ କଟକରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୨୦ ଜଣ, ବାଲେଶ୍ୱରରୁ ୫୯ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୧୫ ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧ  ୨, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୯ ଜଣ, ଗଜପତିରୁ ୧, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୩୧ ଜଣ, ଯାଜପୁରରୁ ୩୪ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୧ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୨୧ ଜଣ, କେଉଁଝରରୁ ୧୫ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୬ ଜଣ, ମୟୁରଭଞ୍ଜରୁ ୨୭ ଜଣ, ନୟାଗଡ଼ରୁ ୧୮ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୩୯ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୧୩ ଜଣ, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୨୦ ଜଣ ଓ ଷ୍ଟେଟ ପୁଲରୁ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୮୯ ହଜାର ୮୪୦ ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭ହଜାର ୯୯୬ରହିଛି । ୭୧ ହଜାର ୧୩୭ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧ ଦଶମିକ ୦୯ ପ୍ରତିଶତ ରହିଛି । ଆଜି ପୁଣି ୬୮ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ସୂଚନା ଅନୁଯାୟୀ, ଏହି ୬୮ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୨୫ ଜଣ ଥିବା ବେଳେ ମୟୂରଭଞ୍ଜ ଓ ଅନୁଗୁଳରୁ ୫ଜଣ ଲେଖାଏଁ ମୃତକ ରହିଛନ୍ତି । ଏଣେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଜଗତସିଂହପୁରରୁ ୬ ଓ ଭଦ୍ରକ, ଢେଙ୍କାନାଳ ଏବଂ ବାଲେଶ୍ବର ଜିଲ୍ଲାରୁ ୩ ଜଣ ଲେଖାଏଁ ମୃତକ ଅଛନ୍ତି । ଏହାଛଡ଼ା ନୟାଗଡ଼ରୁ ୨ ଜଣ, ବୌଦ୍ଧ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଥିବା ଜଣାଯାଇଛି ।