ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୨୦୦୦ ତଳେ କରୋନା ସଂକ୍ରମଣ : ଚିହ୍ନଟ ହେଲେ ୧୯୩୦ ନୂଆ ଆକ୍ରାନ୍ତ; ୬୮ ମୃତ

128

କନକ ବ୍ୟୁରୋ : ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୨୦୦୦ ତଳେ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୯୩୦ ଜଣ କରୋନା ପଜିଟିଭ ଚିହ୍ନଟ । ୧୧୧୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୧୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୩୧, ଅନୁଗୁଳରୁ ୫୦ଜଣ, ବାଲେଶ୍ୱରରୁ ୧୩୪ଜଣ, ବରଗଡ଼ରୁ ୧୨ଜଣ, ଭଦ୍ରକରୁ ୯୮ଜଣ, ବଲାଙ୍ଗୀରରୁ ଜଣେ, ବୌଦ୍ଧରୁ ୩ଜଣ, କଟକରୁ ୨୨୦ଜଣ, ଦେବଗଡ଼ରୁ ୬ଜଣ, ଢେଙ୍କାନାଳରୁ ୬୨ଜଣ, ଗଜପତିରୁ ୪ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୭୫ ଜଣ, ଯାଜପୁରରୁ ୧୨୫ ଜଣ, ଝାରସୁଗୁଡ଼ାରୁ ୧୬ ଜଣ, କଳାହାଣ୍ଡିରୁ ୭ଜଣ, କନ୍ଧମାଳରୁ ୨୭ ଜଣ, କେନ୍ଦ୍ରାପଡ଼ାରୁ ୧୨୩ଜଣ, କେନ୍ଦୁଝରରୁ ୪୮ ଜଣ, କୋରାପୁଟରୁ ୧୪ଜଣ, ମାଲକାନଗିରିରୁ ୨୮ଜଣ, ମୟୁରଭଞ୍ଜରୁ ୯୮ଜଣ, ନବରଙ୍ଗପୁରରୁ ୫ଜଣ, ନୟାଗଡ଼ରୁ ୫୮ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୨୭ଜଣ, ରାୟଗଡ଼ାରୁ ୩୮ଜଣ, ସମ୍ୱଲପୁରରୁ ୨୫ଜଣ, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୯୮ ଓ ଷ୍ଟେଟ ପୁଲରୁ ୭୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୪୩,୬୭୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯,୧୫,୪୦୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୩, ୪୯୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ସେହିପରି ୬୮ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ସୂଚନା ଅନୁଯାୟୀ, ଏହି ୬୮ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ ଜଣ ଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୭, ବରଗଡ଼ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫, ପୁରୀରୁ ୪, ଅନୁଗୁଳ ଓ ଯାଜପୁରରୁ ୩ ଜଣ ଲେଖାଏଁ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।