ରାଜ୍ୟର କରୋନା ମିଟର । ୨୪ଘଂଟାରେ ୬୩୮ନୂଆ ଆକ୍ରାନ୍ତ ଚିହ୍ନଟ, ୭ ମୃତ

ଶୁନରୁ ୧୮ ବର୍ଷ ଭିତରେ ୯୩ ପଜିଟିଭ ଚିହ୍ନଟ; ୫୭ ହଜାର ୩୦୩ ନମୁନା ପରୀକ୍ଷା, ପଜିଟିଭ ହାର ୧ ଦଶିମକ ୧୧ ପ୍ରତିଶତ

136

କନକ ବ୍ୟୁରୋ : ୨୪ଘଂଟାରେ ରାଜ୍ୟରେ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୯୩ ପିଲାଙ୍କୁ କରୋନା । ଏମାନଙ୍କ ମଧ୍ୟରୁ ୩୭୨ ଜଣ ସଂଗରୋଧରୁ ଥିବା ବେଳେ ୨୬୬ ଜଣ ସ୍ଥାନୀୟ ସଂକ୍ରମିତ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୭ ଜଣ, ବାଲେଶ୍ୱରରୁ ୩୩ ଜଣ, ବରଗଡ଼ରୁ ୭ ଜଣ, ଭଦ୍ରକରୁ ୧୪ ଜଣ, ବୌଦ୍ଧରୁ ୧ ଜଣ, କଟକରୁ ୬୬ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୯ ଜଣ, ଗଜପତିରୁ ୯ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୨୨ ଜଣ, ଯାଜପୁରରୁ ୩୨ ଜଣ, ଝାରସୁଗୁଡ଼ାରୁ ୨ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ, କେଉଁଝରରୁ ୧୪ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୫ ଜଣ, ମୟୁରଭଞ୍ଜରୁ ୨୨ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୨ ଜଣ, ପୁରୀରୁ ୧୮ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୧୪ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୧୫ ଜଣ ଓ ଷ୍ଟେଟ ପୁଲରୁ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେପଟେ ୨୪ଘଂଟାରେ କରୋନାରେ ଗଲା ୭ ଜଣଙ୍କ ଜୀବନ । ସୂଚନା ଅନୁଯାୟୀ, ଏହି ମୃତକଙ୍କ ମଧ୍ୟରେ ଅନୁଗୁଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଲେଖାଏଁ କରୋନା ସଂକ୍ରମିତ ଅଛନ୍ତି । ଏହାଛଡ଼ା ପୁରୀ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । କଟକର ଯେଉଁ ଦୁଇ ମୃତକ ଅଛନ୍ତି, ଉଭୟେ ମହିଳା ଏବଂ ସେମାନଙ୍କର ବୟସ ଯଥାକ୍ରମେ ୮୫ ଏବଂ ୪୭ ବର୍ଷ । ଅପରପକ୍ଷରେ ଅନୁଗୁଳର ମୃତକଙ୍କ ଭିତରୁ ଜଣେ ୭୫ ବର୍ଷୀୟା ମହିଳା ଓ ଜଣେ ୬୦ ବର୍ଷିୟ ପୁରୁଷ ଅଛନ୍ତି । ଭୁବନେଶ୍ବରର ଜଣେ ୬୪ ବର୍ଷିୟ ପୁରୁଷ ଖୋର୍ଦ୍ଧା ଜିଲ୍ଲାର ଜଣେ ୬୭ ବର୍ଷିୟ ପୁରୁଷ ଅଛନ୍ତି । ଏହାଛଡ଼ା ପୁରୀର ଜଣେ ୪୭ ବର୍ଷିୟ ପୁରୁଷ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୮୦୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୯୭ ହଜାର ୭୯୦ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୬ହଜାର ୯୦୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ୫୭ ହଜାର ୩୦୩ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧ ଦଶମିକ ୧୧ ପ୍ରତିଶତ ରହିଛି ।